Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

IPL

ମୁଖ୍ୟ ଖବର

    ଟିକା ନେବା ବିସିସିଆଇର ବଡ଼ ନିଦେ୍ର୍ଧଶ, ଜାଣନ୍ତୁ କ’ଣ

    Share on :
    ajab-Image
    Date: Apr 4, 2021    Views: 2941

     
    ନୂଆଦିଲ୍ଲୀ: ଆଇପିଏଲ ୬ଟି ସହରରେ ଆୟୋଜିତ ହେବ । ମ୍ୟାଚ ଆୟୋଜନ କରିବାକୁ ଥିବା ରାଜ୍ୟ କି୍ରକେଟ ଆସୋସିଏସନମାନଙ୍କୁ ତା’ର କର୍ମଚାରୀ ଓ ଗ୍ରାଉଣ୍ଡ ଷ୍ଟାଫଙ୍କ ଟିକାକରଣ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ବିସିସିଆଇ ନିଦେ୍ର୍ଧଶ ଦେଇଛି । ଏହି ୬ଟି ସହର ହେଲା ମୁମ୍ବାଇ, ବାଙ୍ଗାଲୋର, ଚେନ୍ନାଇ, ଦିଲ୍ଲୀ କଲକାତା ଓ ଅହମ୍ମଦାବାଦ । ଦିଲ୍ଲୀ ଏଣ୍ଡ ଡିଷ୍ଟି୍ରକ୍ଟସ କି୍ରକେଟ ଆସୋସିଏସନ (ଡିଡିସିଏ) ତା’ର କର୍ମଚାରୀଙ୍କୁ କୋଭିଡ-୧୯ ଟିକା ଦେବାର ପ୍ରକି୍ରୟା ଆରମ୍ଭ କରି ଦେଇଛି । ଏପି୍ରଲ ୨୮ ରୁ ମୋ’୮ ମଧ୍ୟରେ ଦିଲ୍ଲୀରେ ୮ଟି ମ୍ୟାଚ ଖେଳାଯିବ । ଆଇପିଏଲ ଆୟୋଜନ ପାଇଁ ତାଙ୍କ କର୍ମଚାରୀଙ୍କୁ କୋଭିଡ ଟିକା ଦେବା ପାଇଁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ବିଶେଷ ବ୍ୟବସ୍ଥା କରିଛନ୍ତି ଡିଡିସିଏ ସଭାପତି ରୋହନ ଜେଟଲି । ଅନ୍ୟ ରାଜ୍ୟ କି୍ରକେଟ ଆସୋସିଏସନ ମଧ୍ୟ ଏପରି କରିବାକୁ ବିସିସିଆଇ ନିଦେ୍ର୍ଧଶ ଦେଇଛି । ପୁଣି ମ୍ୟାଚ ଆୟୋଜନ କରିବାକୁ ଥିବା ୬ଟି ରାଜ୍ୟ କି୍ରକେଟ ଆସୋସିଏସନଙ୍କୁ ଏବେ ଠାରୁ କୋଭିଡ ନିୟମ କଡ଼ାକଡ଼ି ପାଳନ କରିବା ଲାଗି ବିସିସିଆଇ ନିଦେ୍ର୍ଧଶ ଦେଇଛନ୍ତି ।

    Maximum 500 characters

    Find Us on Facebook