ମୁଖ୍ୟ ଖବର
ନୂଆଦିଲ୍ଲୀ: ଆଇପିଏଲ ଭଳି ବଡ଼ ଟୁର୍ଣ୍ଣାମେଣ୍ଟ ସମୟରେ ଅନ୍ତର୍ଜାତୀୟ କି୍ରକେଟ ସୂଚୀ ନ ରଖିବା ପାଇଁ ବିଭିନ୍ନ କ୍ରିକେଟ ବୋର୍ଡକୁ ପରାମର୍ଶ ଦେଇଛନ୍ତି ଇଂଲଣ୍ଡର ପୂର୍ବତନ କି୍ରକେଟର କେଭିନ ପିଟରସନ । ସେ କହିଛନ୍ତି କ୍ରିକେଟ ବୋର୍ଡ ଗୁଡ଼ିକ ହୃଦୟଙ୍ଗମ କରିବା ଆବଶ୍ୟକ ଯେ, ଆଇପିଏଲ ଏକ ବଡ଼ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟ ବେଳେ ଅନ୍ତର୍ଜାତୀୟ କି୍ରକେଟ ସୂଚୀ ରଖିବା ଠିକ ନୁହେଁ ।’ ବିଭିନ୍ନ କି୍ରକେଟ ବୋର୍ଡ ଜୁନ ମାସରେ ଅନ୍ତର୍ଜାତୀୟ କି୍ରକେଟ ସୂଚୀ ରଖିଛନ୍ତି । ତେଣୁ ଖେଳାଳିମାନେ ଅଡୁଆରେ ପଡ଼ିବା ସ୍ୱାଭାବିକ । ଜୁନ ୨ ରୁ ଇଂଲଣ୍ଡ ଓ ନୁ୍ୟଜିଲାଣ୍ଡ ମଧ୍ୟରେ ୨ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ଆଇପିଏଲ ମେ’ ୩୦ରେ ଶେଷ ହେବ । ଫଳରେ ଇଂଲଣ୍ଡ ଓ ନୁ୍ୟଜିଲାଣ୍ଡ ଖେଳାଳିମାନଙ୍କ ପାଇଁ ଟେଷ୍ଟ ସିରିଜ ଲାଗି ପ୍ରସ୍ତୁତ ହେବାକୁ ବହୁତ କମ୍ ସମୟ ମିଳିବ ।
Comments ସମସ୍ତ ମତାମତ 0