Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ODISHA FC

ମୁଖ୍ୟ ଖବର

    ଆଇଏସଏଲ: ଆଜି ଓଡ଼ିଶା ଏଫସି-କେରଳ ବ୍ଲାଷ୍ଟର୍ସ ଲଢେଇ

    Share on :
    ajab-Image
    Date: Feb 11, 2021    Views: 4156

    କଟକ: ଇଣ୍ଡିଆନ ସୁପରଲିଗ (ଆଇଏସଏଲ) ସପ୍ତମ ସଂସ୍କରଣରେ ଦୟନୀୟ ପ୍ରଦର୍ଶନ ସହ ନକଆଉଟରୁ ବାଦ ପଡ଼ିଛି ଓଡ଼ିଶା ଏଫସି । ଦଳ ସିଜିନର ଅବଶିଷ୍ଟ ୫ ଲିଗ ମ୍ୟାଚ କେବଳ ସମ୍ମାନ ରକ୍ଷା ପାଇଁ ଖେଳିବ । ଗୁରୁବାର ଫାଟ୍ରୋଡାରେ ଓଡ଼ିଶା ଏଫସି ୧୬ତମ ଲିଗ ମ୍ୟାଚ କେରଳ ବ୍ଲାଷ୍ଟର୍ସ ବିପକ୍ଷରେ ଖେଳିବ । ଓଡ଼ିଶା ଏଫସି ୧୫ଟି ମ୍ୟାଚ ଖେଳି ଗୋଟିଏ ବିଜୟ, ୫ଟି ଡ୍ର ଓ ୯ଟି ପରାଜୟ ସହ ମାତ୍ର ୮ ପଏଣ୍ଟ ପାଇ ଟେବୁଲର ସର୍ବନିମ୍ନ ସ୍ଥାନରେ ରହିଛି । ଦଳ ନକଆଉଟ ପର୍ଯ୍ୟାୟରୁ ବାଦ ପଡ଼ିଥିବା ବେଳେ ଅବଶିଷ୍ଟ ମ୍ୟାଚ କେବଳ ସମ୍ମାନ ରକ୍ଷା ପାଇଁ ଖେଳିବ । ସିଜିନରେ ଓଡ଼ିଶା ଏଫସି ଏକମାତ୍ର ବିଜୟ କେରଳ ବ୍ଲାଷ୍ଟର୍ସ ବିପକ୍ଷରେ ହାସଲ କରିଥିଲା । ମୁଖ୍ୟ ପ୍ରଶିକ୍ଷକ ଷ୍ଟିୱାର୍ଟ ବାକ୍ସଟର ବିତାଡ଼ିତ ହେବା ପରେ ଏବେ ଗ୍ୟାରୀ ପେଟନଙ୍କ ପ୍ରଶିକ୍ଷଣରେ ଦଳ ଖେଳୁଛି । ପ୍ରଥମ ରାଉଣ୍ଡ ମ୍ୟାଚରେ ଓଡ଼ିଶା ଏଫସି୪-୨ ଗୋଲରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଥିଲା । ଉକ୍ତ ସଫଳତାକୁ ବଜାୟ ରଖିବା ନେଇ ଦଳ ଉଦ୍ୟମ କରିବ ।

     

    Maximum 500 characters

    ODISHA FC View all

    Find Us on Facebook