Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ODISHA FC

ମୁଖ୍ୟ ଖବର

    ଓଡ଼ିଶା ଏଫସିର ନୈରାଶ୍ୟଜନକ ପ୍ରଦର୍ଶନ ଜାରି, ନବମ ପରାଜୟ

    Share on :
    ajab-Image
    Date: Feb 7, 2021    Views: 4222

    ଭୁବନେଶ୍ୱର: ମୁଖ୍ୟ ପ୍ରଶିକ୍ଷକ ଷ୍ଟୁଆର୍ଟ ବକ୍ସଟରଙ୍କ ବିବାଦୀୟ ବହିଷ୍କାର ପରେ ବି ଓଡ଼ିଶା ଏଫସିର ଭାଗ୍ୟ ଉଦୟ ହୋଇପାରିନାହିଁ । ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଥିବା ଏହି ଭୁବନେଶ୍ୱର ଦଳ ଶନିବାର ନବମ ପରାଜୟ ବରଣ କରିଛି । ଏଥି ସହିତ ଓଡ଼ିଶା ଏଫସି ମଧ୍ୟ ଆନୁଷ୍ଠାନିକ ଭାବେ ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିଛି । ଗୋଆ ବାମ୍ବୋଲିମସ୍ଥିତ ଜିଏମସି ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ମ୍ୟାଚରେ ଏଟିକେ ମୋହନ ବାଗାନ ୪-୧ ରେ ଏକତରଫା ଭାବେ ଓଡ଼ିଶାକୁ ହରାଇ ଦେଇଥିଲା । ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିବା ମୋହନ ବାଗାନ ଦଳ ପାଇଁ ମାନବୀର ସିଂହ (୧୧ ଓ ୫୪ ମିନିଟ) ଏବଂ ରୟ କୃଷ୍ଣା (୮୩ ପେନାଲ୍ଟି ଓ ୮୬ ମିନିଟ) ଦୁଇଟି ଲେଖାଏଁ ଗୋଲ ଦେଇଥିଲେ । ଓଡ଼ିଶା ଏଫସି ପାଇଁ ଏକମାତ୍ର ଗୋଲ ଅଧିନାୟକ ତଥା ଫିଜି ତାରକା କୋଲ ଆଲେକଜାଣ୍ଡାର (୪୫ ମିନିଟ) ଦେଇଥିଲେ । ଏଟିକେ ମୋହନ ବାଗାନ ୧୫ ମ୍ୟାଚରୁ ୩୦ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଦୃଢ଼ କରିଥିବାରୁ ପ୍ଲେ ଅଫ ଯୋଗ୍ୟତାକୁ ଏକପ୍ରକାର ନିଶ୍ଚିତ କରିଛି ।

    Maximum 500 characters

    ODISHA FC View all

    Find Us on Facebook