Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ODISHA FC

ମୁଖ୍ୟ ଖବର

    ଓଡ଼ିଶା ଏଫସିର ମୁଖ୍ୟ ପ୍ରଶିକ୍ଷକ ବିତାଡିତ, କାହିଁକି ଜାଣନ୍ତୁ

    Share on :
    ajab-Image
    Date: Feb 3, 2021    Views: 3670

    ନୂଆଦିଲ୍ଲୀ: ଇଣ୍ଡିଆନ ସୁପ ରଲିଗ (ଆଇଏସଏଲ)୭ମ ସଂସ୍କରଣରେ ଓଡ଼ିଶା ଏଫସିର ଦୟନୀୟ ପ୍ରଦର୍ଶନ ପିଛା ଛାଡ଼ୁନାହିଁ । ଦଳ ମ୍ୟାଚ ପରେ ମ୍ୟାଚ ନୈରାଶ୍ୟଜନକ ପ୍ରଦର୍ଶନ କରୁଥିବା ବେଳେ ମୁଖ୍ୟ ପ୍ରଶିକ୍ଷକ ଷ୍ଟିୱାର୍ଟ ବାକ୍ସଟର ବିତାଡିତ ହୋଇଛନ୍ତି । ଅଶାଳୀନ ମନ୍ତବ୍ୟ ଲାଗି ଓଡ଼ିଶା ଏଫସି କ୍ଲବ ବାକ୍ସଟରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ କୋଚ ପଦରୁ ବହିଷ୍କାର କରିଛନ୍ତି । ଓଡ଼ିଶା ଏଫସି ଇଂଲଣ୍ଡର ବାକ୍ସଟରଙ୍କ ସହିତ ୨ ବର୍ଷ ଲାଗି ଚୁକ୍ତି କରିଥିଲେ ମଧ୍ୟ ଅଶାଳୀନ ମନ୍ତବ୍ୟ ପାଇଁ ସମସ୍ତ ପ୍ରକାର ଚୁକ୍ତିକୁ ବାତିଲ କରି କୋଚ ପଦରୁ ବିଦା କରିଛି । ଓଡ଼ିଶା ଏଫସି ୧୪ତମ ଲିଗ ମ୍ୟାଚ ଜାମସେଦପୁର ଏଫସି ବିପକ୍ଷରେ ଖେଳିଥିଲା । ଉକ୍ତ ମ୍ୟାଚରେ ଓଡ଼ିଶା ଏଫସି ୦-୧ ଗୋଲରେ ପରାଜିତ ହୋଇଥିଲା । ମ୍ୟାଚ ପରେ ସିଧା ବାକ୍ସଟର କହିଥିଲେ, ଆମକୁ ମ୍ୟାଚରେ ପେନାଲଟି ଦିଆଯାଇନି । କ’ଣ ଆମ ପିଲାଙ୍କୁ କିଏ ବଳାକ୍ରାର କରିଦେଲେ ପେନାଲଟି ଦିଆଯିବ?’ ବୋଲି ମତ ଦେଇଥିଲେ । ବାକ୍ସଟରଙ୍କ ଉକ୍ତ ମନ୍ତବ୍ୟକୁ ନେଇ ଆଇଏସଏଲରେ ଝଡ଼ ସୃଷ୍ଟି ହୋଇଥିଲା । ଏଭଳି ମନ୍ତବ୍ୟ ପାଇଁ କ୍ଲବ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯିବା ସହିତ ବାକ୍ସଟରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଓଡ଼ିଶା ଏଫସି ବାକ୍ସଟରଙ୍କ ସହିତ ସମସ୍ତ ପ୍ରକାର ଚୁକ୍ତିକୁ ବାତିଲ କରି ତାଙ୍କୁ ବିତାଡ଼ିତ କରିଛି । ଚଳିତ ସିରିଜର ଅବଶିଷ୍ଟ ୬ ଲିଗ ମ୍ୟାଚ ଲାଗି ବର୍ତ୍ତମାନ ରହିଥିବା ଜେରି ପେଟେନ ଓ ଷ୍ଟିଭେନ ଡାଏସ ପ୍ରଶିକ୍ଷଣ ଦାୟିତ୍ୱ ତୁଲାଇବା ବୋଲି ଜଣାପଡ଼ିଛି ।

    Maximum 500 characters

    ODISHA FC View all

    Find Us on Facebook