Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ODISHA FC

ମୁଖ୍ୟ ଖବର

    ଶେଷ ଲିଗ ମ୍ୟାଚରେ ମୁହାଁମୁହିଁ ହେବେ ଓଡ଼ିଶା ଏଫସି ଓ ଚେନ୍ନାଇୟିନ ଏଫସି

    Share on :
    ajab-Image
    Date: Jan 10, 2021    Views: 2608

    କଟକ: ଇଣ୍ଡିଆନ ସୁପର ଲିଗ (ଆଇଏସଏଲ) ର ୭ମ ସଂସ୍କରଣର ବାମ୍ବୋଲିମରେ ଓଡ଼ିଶା ଏଫସି ଓ ଚେନ୍ନାଇୟିନ ଏଫସି ମଧ୍ୟରେ ଟୁର୍ଣ୍ଣାମେଣ୍ଟର ୫୩ତମ ଲିଗ ମ୍ୟାଚ ଖେଳାଯିବ । ଉଭୟ ଦଳ ଚଳଚ୍ଚିତ ସିଜିନର ପ୍ରଥମ ରାଉଣ୍ଡର ଶେଷ ଲିଗ ମ୍ୟାଚରେ ମୁହାଁମୁହିଁ ହେବେ । ଓଡ଼ିଶା ଏଫସି ଗତ ମ୍ୟାଚରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଥିବା ବେଳେ ଚେନ୍ନାୟିନ ଏଫସି ହାଇଦ୍ରାବାଦ ଏଫସିଠାରୁ ପରାଜିତ ହୋଇଥିଲା । ଉଭୟ ଦଳ ବିଜୟ ସହ ପ୍ରଥମ ରାଉଣ୍ଡ ଶେଷ କରିବା ଲକ୍ଷ୍ୟରେ ରହିଛନ୍ତି । ଷ୍ଟିୱାର୍ଟ ବାକ୍ସଟରଙ୍କ ପ୍ରଶିକ୍ଷଣପ୍ରାପ୍ତ ଓଡ଼ିଶା ଏଫସି ୮ ମ୍ୟାଚ ପରେ ଶେଷ ଲିଗ ମ୍ୟାଚରେ କେରଳ ବ୍ଲାଷ୍ଟର୍ସକୁ ୪-୨ ଗୋଲରେ ପରାଜିତ କରି ସିଜିନର ପ୍ରଥମ ବିଜୟ ସ୍ୱାଦ ଚାଖିଛି । କେରଳ ବ୍ଲାଷ୍ଟସ ବିପକ୍ଷରେ ଦଳ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିଥିଲା । ବ୍ରାଜିଲିଆନ ଫରୱାର୍ଡ ଡିଏଗୋ ମୁରାସିଓ, ଅଧିନାୟକ ଷ୍ଟିଭେନ ଟେଲରଙ୍କ ସମେତ ହେଣ୍ଡି୍ର ଆଣ୍ଟୋନି, ଜ୍ୟାକସନ, ଜ୍ୟାକବ ଟ୍ରେଟ, ଶୁଭମ ଷଡଙ୍ଗୀ ପ୍ରମୁଖ ଭଲ ପ୍ରଦର୍ଶନ କରିଥିଲେ । ଦଳ ୯ଟି ମ୍ୟାଚରୁ ୨ଟି ଡ୍ର ଗୋଟିଏ ବିଜୟ ଓ ୬ଟି ପରାଜୟ ସହ ମାତ୍ର ୫ ପଏଣ୍ଟ ପାଇ ଟେବୁଲର ସର୍ବନିମ୍ନ ସ୍ଥାନରେ ରହିଛି । 

    Maximum 500 characters

    ODISHA FC View all

    Find Us on Facebook