Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ODISHA FC

ମୁଖ୍ୟ ଖବର

    ଆଇଏସଏଲ: କେରଳ ବ୍ଲାଷ୍ଟର୍ସକୁ ମାତ ଦେଲା ମୁମ୍ବାଇ ସିଟି

    Share on :
    ajab-Image
    Date: Jan 3, 2021    Views: 3406

    ପଣଜୀ: ଇଣ୍ଡିଆନ ସୁପର ଲିଗ (ଆଇଏସଏଲ) ର ଶନିବାର ମ୍ୟାଚରେ ମୁମ୍ବାଇ ସିଟି୨-୦ ଗୋଲରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଛି । ମ୍ୟାଚରେ ଦୁଇଟି ଯାକ ଗୋଲ ପ୍ରଥମାର୍ଦ୍ଧରେ ଦେଖିବାକୁ ମିଳିଥିଲା । ତୃତୀୟ ମିନିଟରେ ଆଦାମ ଲି’ଫଣ୍ଡ୍ରେ ଦେଥ୍ôବା ଗୋଲ ବଳରେ ମୁମ୍ବାଇ ଆଗୁଆ ହୋଇ ଯାଇଥିଲା । ଏହାର ମାତ୍ର ୮ ମିନିଟ ପରେ ହୁ ଗୋ ବୁମସ ଦେଇଥିବା ଏକ ସୁନ୍ଦର ଫିଲ୍ମ ଗୋଲ ସହାୟତାରେ ମୁମ୍ବାଇ ଏହାକୁ ୨-୦ କରି ନେଇଥିଲା । ପ୍ରଥମାର୍ଦ୍ଧରେ ବଳକା ୩୪ ମିନିଟ ସହ ସମ୍ପୂର୍ଣ୍ଣ ଦ୍ୱିତୀୟାର୍ଦ୍ଧ ଓ ଆହତ ସମୟରେ ଉଭୟ ଦଳ କେହି କାହାରିକୁ ଆଉ ଗୋଲ ଦେଇପାରିନଥିଲେ । ଫଳରେ ମୁମ୍ବାଇ ସିଟି ୨-୦ ୋଗଲରେ ବିଜୟୀ ହୋଇ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିଥିଲା । ମୁମ୍ବାଇ ଏବେ ୧୯ ପଏଣ୍ଟ ପାଇଥିବା ବେଳେ ଏଟିକେ ମୋହନ ବାଗାନ ୧୭ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି ।

    Maximum 500 characters

    ODISHA FC View all

    Find Us on Facebook