Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ODISHA FC

ମୁଖ୍ୟ ଖବର

    ଆଇଏସଏଲ: ଆଜି ମୁହାଁମୁହିଁ ହେବେ ଓଡ଼ିଶା-ଇଷ୍ଟ ବେଙ୍ଗଲ

    Share on :
    ajab-Image
    Date: Jan 3, 2021    Views: 3219

    ଭୁବନେଶ୍ୱର: ଚଳିତ ଆଇଏସଏଲ ଫୁଟବଲ ଲିଗରେ ରବିବାର ଓଡ଼ିଶା ଏଫସି ନୂଆ ବର୍ଷର ପ୍ରଥମ ମ୍ୟାଚ ଖେଳିବ । ଗତ ବର୍ଷ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଏହି ଭୁବନେଶ୍ୱର ଦଳ ନୂଆ ଆଶା ସହ ପଡ଼ିଆକୁ ଓହ୍ଲାଇବେ । ରବିବାର ପ୍ରତିଦ୍ୱନ୍ଦ୍ୱୀ ରହିଛି ପଡୋଶୀ ଇଷ୍ଟବେଙ୍ଗଲ । ଉଭୟ ଦଳ ୭ ଲେଖାଏଁ ମ୍ୟାଚ ଖେଳି ବିଜୟ ଶୂନ୍ୟ ରହିଥିବାରୁ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛନ୍ତି । ଇଷ୍ଟ ବେଙ୍ଗଲ ୩ ଏବଂ ଓଡ଼ିଶା ୨ ଅମୀମାଂସିତ ରଖିଥିବାରୁ ୧୧ ଦଳୀୟ ଏହି ପ୍ରତିଯୋଗିତାରେ ଶେଷ ଦୁଇ ସ୍ଥାନରେ ସଂଘର୍ଷ କରୁଛନ୍ତି । ଶନିବାର ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଏଫସି ମୁଖ୍ୟ ପ୍ରଶିକ୍ଷକ ଷ୍ଟୁଆର୍ଟ ବକ୍ସଟର କହିଥିଲେ ପୂର୍ବର ସମସ୍ତ ମ୍ୟାଚ ପାଖାପାଖି ଥିଲା । ଆମେ କିନ୍ତୁ ନିଜ ପକ୍ଷକୁ ଆଣିପାରିନଥିଲୁ । ଦଳର ଗୋଲ ରକ୍ଷକ ଅର୍ଶଦୀପ ସିଂହଙ୍କ ସଙ୍ଗତିପୂର୍ଣ୍ଣ ପ୍ରଦର୍ଶନକୁ ସେ ପ୍ରଶଂସା କରିଥିଲେ । ଗୋଲରକ୍ଷକଙ୍କ ମଧ୍ୟରେ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ବୋଲି ପ୍ରକାଶ କରିଥିଲେ ।

    Maximum 500 characters

    ODISHA FC View all

    Find Us on Facebook