ମୁଖ୍ୟ ଖବର
ଭୁବନେଶ୍ୱର : ହିରୋ ଇଣ୍ଡିଆନ ସୁପର ଲିଗ ହେଉଛି ଏକ ଫୁଟବଲ ଚାମ୍ପିଆନସିପ ଯାହା ୨୦୧୪ ଅକ୍ଟୋବର ୧୨ରେ ଆରମ୍ଭ ହୋଇଥିଲା ।
ଏହାର ପ୍ରଥମ ସଂସ୍କରଣ ବିଜେତା ହେଉଛି ଏଟିକେ ମୋହନ ବାଗାନ
ଦ୍ୱିତୀୟ ସଂସ୍କରଣ ବିଜେତା : ଚେନ୍ନାଇୟିନ ଏଫସି
ତୃତୀୟ ସଂସ୍କରଣ ବିଜେତା : ଏଟିକେ ମୋହନ ବାଗାନ
ଚତୁର୍ଥ ସଂସ୍କରଣ ବିଜେତା : ଚେନ୍ନାଇୟିନ ଏଫସି
ପଂଚମ ସଂସ୍କରଣ ବିଜେତା : ବେଙ୍ଗାଲୁର ଏଫସି
ରିଲିୟାନ୍ସ, ଷ୍ଟାର ଇଣ୍ଡିଆ ଓ ଅଲଇଣ୍ଡିଆ ଫୁଟବଲ ଫେଡେ଼ରେସନ ଦ୍ୱାରା ଏହି ଆଇଏସଏଲ ଟୁର୍ଣ୍ଣାମେଂଟ ଆୟୋଜନ କରାଯାଇଛି । ଭାରତର ବହୁ ଶିଳ୍ପପତି ଓ ସିନେ ତାରକା ଏହି ଲିଗ ପାଇଁ କୋଟି କୋଟି ଟଙ୍କା ନିବେଶ କରିଛନ୍ତି । ଚେନ୍ନାଇ, ଭୁବନେଶ୍ୱର, ଗୋଆ, ଗୌହାଟୀ, କୋଚି, କୋଲକାତା, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଲୁର ଓ ଜାମସେଦପୁର ଭଳି ସହର ପାଇଁ ଫ୍ରାଚାଇଜ ନିଆଯାଇଛି ।
ଏହି ଇଣ୍ଡିଆନ ସୁପର ଲିଗରେ ପ୍ରଥମେ ଭୁବନେଶ୍ୱର ସାମିଲ ହୋଇପାରିନଥିଲା । କିନ୍ତୁ ଦିଲ୍ଲୀ ଟିମ ଓଡ଼ିଶା ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷରିତ କରିବା ପରେ ଟିମର ନାଁ ଓଡ଼ିଶା ଏଫବିରେ ରୂପାନ୍ତରିତ ହୋଇଛି । ଯାହା ନିଶ୍ଚିତ ଭାବେ ପ୍ରତିଟି ଓଡ଼ିଆ ପାଇଁ ଗର୍ବର ବିଷୟ । ଏହି ଟିମରେ ଓଡ଼ିଆ ଖେଳାଳୀଙ୍କୁ ମଧ୍ୟ ଅଗ୍ରାଧିକାର ଦିଆଯିବ ।
Comments ସମସ୍ତ ମତାମତ 0