ମୁଖ୍ୟ ଖବର
ଭୁବନେଶ୍ୱର : ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ଫୁଟବଲ କ୍ଲବ ପାଇଁ ଆହ୍ୱାନ ସୃଷ୍ଟି କରିଛି ଜାମସେଦପୁର । ପୁଣି ଥରେ ଦଳ ପରାଜୟ ଅଭିମୁଖେ ଯାଉଥିବା ଦେଖିବାକୁ ମିଳିଛି । ଆଜି ଜାମସେଦପୁର ଓ ଓଡ଼ିଶା ଏଫସି ମଧ୍ୟରେ ମ୍ୟାଚ ଜାରି ରହିଛି । ଇତିମଧ୍ୟରେ ଉଭୟ ଦଳ ମଧ୍ୟରେ ୬୬ ମିନିଟ ଖେଳ ଶେଷ ହୋଇସାରିଛି । ତେବେ ଜାମସେଦପୁର ଟିମର ପଲା ବେଶ ଭାରି ରହିଛି । ଜାମସେଦପୁର ୨-୦ ଗୋଲରେ ଆଗୁଆ ରହିଛି । ଅପରପକ୍ଷରେ ଓଡ଼ିଶା ଏଫସି ଘନଘନ ଆକ୍ରମଣ ଜାରି ରଖିଥିଲେ ମଧ୍ୟ ଗୋଲ ଦେବାରେ ସମର୍ଥ ହୋଇପାରିନାହିଁ ।
ଜାମସେଦପୁରର ନେରିଜିଉସ ଭାଲସ୍କିସ ଭଲ ଖେଳ ପ୍ରଦର୍ଶନ କରି ନିଜ ଟିମକୁ ଆଗୁଆ ରଖିଛନ୍ତି । ସେ ପ୍ରଥମ ଗୋଲ ସ୍କୋର କରି ଓଡ଼ିଶା ଏଫସିର ମନୋବଳ ଭାଙ୍ଗି ଦେଇଥିଲେ । ଶୁଭମ ଷଡ଼ଙ୍ଗୀ ରକ୍ଷଣାତ୍ମକରେ ତ୍ରୁଟି କରିବାରୁ ଓଡ଼ିଶା ଏଫସିକୁ ବହୁମୂଲ୍ୟ ଦେବାକୁ ପଡ଼ିଥିଲା । ଅପରପକ୍ଷରେ ଓଡ଼ିଶା ଏଫସି ପକ୍ଷରୁ ଆଜି କୋଲେ ଆଲେକଜାଣ୍ଡାର ଖେଳ ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟଯେ, ଉଭୟ ଦଳର ପାଇଁ ଏହା ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ହୋଇଥିବାବେଳେ ପ୍ରଥମ ମ୍ୟାଚରେ ଉଭୟ ଦଳ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ପରାସ୍ତ ହୋଇଥିଲେ ।
Comments ସମସ୍ତ ମତାମତ 0