Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ODISHA FC

ମୁଖ୍ୟ ଖବର

    ପରାଜୟରୁ ଓଡ଼ିଶା ଏଫସିର ଅଭିଯାନ

    Share on :
    ajab-Image
    Date: Nov 24, 2020    Views: 4305

    ଭୁବନେଶ୍ୱର: ଚଳିତ ଇଣ୍ଡିଆନ ସୁପର ଲିଗରେ ଓଡ଼ିଶା ଏଫସି ପରାଜୟରୁ ଅଭିଯାନ ଆରମ୍ଭ କରିଛି । ସୋମବାର ଗୋଆର ବାମୋଲିମସ୍ଥିତ ଜିଏମସି ଷ୍ଟାଡିୟମରେ ଖେଳାଯାଇଥିବା ଚଳିତ ସଂସ୍କରଣରେ ଚତୁର୍ଥ ମ୍ୟାଚରେ ଓଡ଼ିଶା ଏଫସିକୁ ୧-୦ ଗୋଲରେ ହାଇଦ୍ରାବାଦ ପରାସ୍ତ କରିଛନ୍ତି । ମ୍ୟାଚର ୩୪ ତମ ମିନିଟରେ ଓଡ଼ିଶାର ଷ୍ଟିଭେନ ଟେଲର ହାଇଦ୍ରାବାଦର ହାଲିଚରଣ ନାର୍ଜାରିଙ୍କୁ ଫାଉଲ ମାରିବାରୁ ହଳଦିଆ କାର୍ଡ ପାଇଥିଲେ । ଏଥିସହ ରେଫରି ପେନାଲ୍ଟି ଦେବାରୁ ଏହି ସୁବର୍ଣ୍ଣ ସୁଯୋଗକୁ ଆରିଡାନ ସାଣ୍ଟାନା (୩୫ ମିନିଟ) ଗୋଲରେ ପରିଣତ କରି ପ୍ରାରମ୍ଭିକ ଅଗ୍ରଣୀ କରାଇଥିଲେ । ପ୍ରଥମାର୍ଦ୍ଧ ୧-୦ ରେ ଶେଷ ହୋଇଥିଲା । ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ଗୋଲ ଦେବାକୁ କଡ଼ା ସଂଘର୍ଷ କରିଥିଲେ । ହେଲେ କେହି କାହାରିକି ଗୋଲ ଦେବାରେ ସକ୍ଷମ ହୋଇନଥିଲେ । ପ୍ରାରମ୍ଭିକ ଅଗ୍ରଣୀ ପାଇଥିବା ହାଇଦ୍ରାବାଦ ମ୍ୟାଚ ଚିତି ନେବା ସହ ଗତ ବର୍ଷ ଓଡ଼ିଶା ଏଫସି ବିପକ୍ଷ ଯୁଗଳ ପରାଜୟର ମଧୁର ପ୍ରତିଶୋଧ ନେଇଥିଲା । ମଙ୍ଗଳବାର ଜାମସେଦପୁର ଏଫସି ସହ ଚେନ୍ନାୟିନ ଏଫସି ମୁକାବିଲା ହେବ ।

    Maximum 500 characters

    ODISHA FC View all

    Find Us on Facebook