Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ‘ପ୍ରାଣ ହରାଇବେ ବ୍ରିଟେନର ୪ ଲକ୍ଷ ଲୋକ’

    Share on :
    ajab-Image
    Date: Feb 16, 2020    Views: 2797

    ବ୍ରିଟେନର ଜଣେ ବୈଜ୍ଞାନିକ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ କରୋନା ଭାଇରସ ଯୋଗୁ ଦେଶର ୬୦% ଲୋକ ଆକ୍ରାନ୍ତ ହେବେ ଏବଂ ୪ ଲକ୍ଷ ଲୋକ ପ୍ରାଣ ହରାଇବେ । ଲଣ୍ଡନ ସ୍ଥିତ ଇମ୍ପରିଆଲ କଲେଜ ଅଧୀନସ୍ଥ ସ୍କୁଲ ଅଫ ପବ୍ଲିକ ହେଲଥର ପ୍ରଫେସଲ ନୀଲ ଫରଗୁସନ କହିଛନ୍ତି ଯେ ସେ ଏହା ନିଶ୍ଚିତ ହେବ ବୋଲି  କହୁନାହାନ୍ତି । କିନ୍ତୁ ଏପରି ହେବା ସମ୍ଭବ ବୋଲି ସେ ମନେ କରୁଛନ୍ତି । ଫରଗୁସନ ଆହୁରି କହିଛନ୍ତି ଯେ କରୋନା ଭାଇରସ ହିଁ ସବୁଠାରୁ ଘାତକ ଓ ମାରାତ୍ମକ ବୋଲି ସେ ମନେ କରନ୍ତି । ଯେତେ ଲୋକ ଏଥିରେ ଆକ୍ରାନ୍ତ ହେବେ, ସେମାନଙ୍କ ମଧ୍ୟରୁ ୧% ପ୍ରାଣ ହରାଇବେ ବୋଲି ଭାବି ସେମାନେ ଏ ପ୍ରକାର ଆଶଙ୍କା କରୁଛନ୍ତି । ବି୍ରଟେନ ସରକାର ପୂର୍ବରୁ କହିସାରିଛନ୍ତି ଯେ ବି୍ରଟେନର ପ୍ରାୟ ଅଧା ଲୋକ ଏଥିରେ ଆକ୍ରାନ୍ତହେବେ ଏବଂ ଏହା ଯୋଗୁ ହସ୍ପିଟାଲଗୁଡ଼ିକରେ ବିଭିନ୍ନ ପ୍ରକାର ସମ୍ବଳର ବ୍ୟାପକ ଅଭାବ ପରିଲକ୍ଷିତ ହେବ ବୋଲି ସରକାର ମନେ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର କରୋନା ଭାଇରସ ବିରୋଧରେ ଲଢେ଼ଇ ପାଇଁ ପ୍ରସ୍ତୁତି କରୁଛନ୍ତି ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook