ମୁଖ୍ୟ ଖବର
ମୁମ୍ବାଇ: ମହାରାଷ୍ଟ୍ରରେ ଗୋଟିଏ ପରିବାରର ୩ ରୁ ୧୨ ବର୍ଷ ବୟସର ୪ ଜଣ ପିଲାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଜଲଗାଓଁର ବୋରଖେଡ଼ା ଗ୍ରାମରେ ବାପା ମା’କାମକୁ ଯାଇଥିବା ବେଳେ ସେମାନଙ୍କ ୪ ପୁଅ ଝିଅଙ୍କୁ କୁରାଢ଼ିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ସାମନାକୁ ଆସିଛି । ତେବେ କିଏ ଏବଂ କାହିଁକି ଏପରି ବୀଭତ୍ସ କାଣ୍ଡ ଘଟାଇଛି ତାହା ଜଣାପଡ଼ି ନାହିଁ ।
ଗ୍ରାମରେ କିଛି ବର୍ଷ ହେଲା ରହୁଥିବା ମେହତାବ ଏବଂ ତାଙ୍କ ପତ୍ନୀ ରୁମାଲି ଭିଲାଲାଙ୍କ ନିଜ ଘର ମଧ୍ୟପ୍ରଦେଶରେ । ସେମାନେ କାମ ପାଇଁ ମଧ୍ୟପ୍ରଦେଶରୁ ଜଲଗାଓଁ ଚାଲି ଆସିଥିଲେ । ଜଲଗାଓଁରେ ଜଣେ ଜମି ମାଲିକଙ୍କ ଜମିରେ ସେମାନେ କାମ କରନ୍ତି । ଉଭୟ ମେହତାବ ଓ ଭିଲାଲା କାମକୁ ଯାଇଥିବା ବେଳେ ଜମି ମାଲିକ ମୁସ୍ତାଫା ସେମାନଙ୍କ ୪ ପିଲାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଥିଲେ । ସମସ୍ତଙ୍କୁ ଏକ କୁରାଢ଼ିରେ ହତ୍ୟା କରାଯାଇଥିବା ପୁଲିସ କହିଛନ୍ତି । ହତ୍ୟାର ଶିକାର ହୋଇଥିବା ଏହି ପିଲାମାନେ ହେଲେ ସାଇତା (୧୨), ରାୱଲ (୧୧), ଅନିଲ (୮) ଏବଂ ସୁମନ (୩) । ଉକ୍ତ ଘଟଣାର ତଦନ୍ତ ପାଇଁଏକ ଏସଆଇଟି ଗଠନ କରାଯାଇଛି । ଜଣେ ଆଇପିଏସ ଅଫିସର ଏହି ଟିମର ନେତୃତ୍ୱନେବେ । ତେବେ କେଉଁ କାରଣ ପାଇଁ ଏହି ପିଲାମାନଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ିନି ।
Comments ସମସ୍ତ ମତାମତ