Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ODISHA FC

ମୁଖ୍ୟ ଖବର

    ଓଡ଼ିଶା ଏଫସି : କିଛି ଜଣା, କିଛି ଅଜଣା କଥା

    Share on :
    ajab-Image
    Date: Nov 14, 2020    Views: 3069

    ଭୁବନେଶ୍ୱର : ୨୦୧୪ରେ ଅଲ ଇଣ୍ଡିଆ ଫୁଟବଲ ଫେଡେ଼ରେସନ ଓ ଆଇଏମଜି-ରିଲିୟାନ୍ସ ପକ୍ଷରୁ ଇଣ୍ଡିଆନ ସୁପର ଲିଗ ପକ୍ଷରୁ ବିଡ଼ ଆହ୍ୱାନ କରାଯାଇଥିଲା  । ଆଇପିଏଲ ଭଳି ଏଥିରେ ୮ଟି ଟିମକୁ ସାମିଲ କରାଯାଇଥିଲା  । ୨୦୧୪ ଅପ୍ରେଲ ୧୩ରେ ଡିଇଏନ ନେଟୱର୍କ ଦିଲ୍ଲୀ ଫ୍ରାଚାଂଇଜ ହାସଲ କରିବାରେ ସମର୍ଥ ହୋଇଥିଲା  ।

    ୨୦୧୯ ଅଗଷ୍ଟ ୩୧ରେ ଦିଲ୍ଲୀ ସକର ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ଓଡ଼ିଶା ସରକାରଙ୍କ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା  । ଫଳରେ ଏହି ଟିମର ନାଁ ଦିଲ୍ଲୀ ଡାଇନାମୋ ବଦଳରେ ଓଡ଼ିଶା ଏଫସି ହୋଇଛି  । ଏହାର ହୋମ ଗ୍ରାଉଣ୍ଡ ରହିଛି କଳିଙ୍ଗ ଷ୍ଟାଡ଼ିୟମ  । ହକି ଭଳି ଫୁଟବଲ କ୍ଷେତ୍ରରେ ଓଡ଼ିଶା ସୁନାମ ଅର୍ଜନ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି  ।
    ୨୦୧୯ ସେପ୍ଟେମ୍ବର ୧୬ରେ ଓଡ଼ିଶା ଏଫସିର ଲୋଗୋ ଉନ୍ମୋଚିତ ହୋଇଥିଲା  । କୋଣାର୍କ ସୂର୍ଯ୍ୟ ମନ୍ଦିରର ଚକ୍ରର ଡିଜାଇନରେ ଏହି ଲୋଗୋଟି ପ୍ରସ୍ତୁତ କରାଯାଇଛି  । ସେହିପରି ଏଥିରେ ଥିବା ଜାହାଜ ଚିହ୍ନଟି ଏହି ଟିମର ପ୍ୟାରେଂଟ କମ୍ପାନୀ ଜିଏମଏସ ଆଧାରରେ କରାଯାଇଛି  । ଯାହାର ଅର୍ଥ ହେଉଛି ଓଡ଼ିଶାର ପ୍ରଗତି ଓ ବିକାଶ ।

    ୨୦୧୪ରେ ଦିଲ୍ଲୀ ଡାଇନାମୋର କୋଚ ନେଦରଲାଣ୍ଡର ହାର୍ମ ଭାନ ଭେଲଡ଼ହୋଭେନ ଥିବାବେଳେ ୨୦୧୫ରେ କୋଚ ଥିଲେ ବ୍ରାଜିଲର ରୋବର୍ଟ କାର୍ଲୋସ  । ସେହିପରି ୨୦୧୬ରେ ଇଟାଲୀର ଗିଆନଳୁକା ଜାମ୍ବ୍ରଟା, ୨୦୧୭ରେ ସ୍ପେନର ମିଗୁଏଲ ଆଙ୍ଗେଲ ପର୍ତୁଗାଲ ଓ ୨୦୧୮ରେ ସ୍ପେନର ଜୋସେପ ଗୋମ୍ବାଉ କୋଚ ଥିଲେ  ।

    ୨୦୧୯ରେ ଓଡ଼ିଶା ଏଫସିର କୋଚ ଜୋସେପ ଗୋମ୍ବାଉ ଥିବାବେଳେ ଏବେ ଏହାର କୋଚ ଅଛନ୍ତି ଷ୍ଟୁଆର୍ଟ ବାକ୍ସଟେର  । ୨୦୨୦ ଜୁନରୁ ସେ କୋଚ ଭାବେ କାର୍ଯ୍ୟ କରୁଛନ୍ତି  ।

    Maximum 500 characters

    ODISHA FC View all

    Find Us on Facebook