Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ODISHA FC

ମୁଖ୍ୟ ଖବର

    ଜାଣନ୍ତୁ କ’ଣ ରହିଛି ଓଡ଼ିଶା ଏଫସିର ଶକ୍ତି

    Share on :
    ajab-Image
    Date: Nov 14, 2020    Views: 2954

    ଭୁବନେଶ୍ୱର : ଆଗାମୀ ଇଣ୍ଡିଆନ ସୁପର ଲିଗ ବା ଆଇଏସଏଲରେ ପ୍ରତିଟି ଓଡ଼ିଆ ଚାହୁଁଛନ୍ତି ଓଡ଼ିଶା ଏଫସି ଧମାଲ କରୁ । କମାଲ କରିବାର ଶକ୍ତି ବି ଦଳ ପାଖରେ ରହିଛି  । 

    ସ୍ପେନ ଖେଳାଳୀ ଆରିଡ଼ାନେ ସାନ୍ତନା ହେଉଛନ୍ତି ଓଡ଼ିଶା ଏଫସିର ପ୍ରମୁଖ ଖେଳାଳୀ  । ଗତ ସିଜିନରେ ସେ ୯ଟି ଗୋଲ ଦେବାରେ ସମର୍ଥ ହୋଇଥିଲେ  । ସେହିପରି ଆଉ କେତେକ ଗୋଲରେ ବି ସେ ପ୍ରମୁଖ ଯୋଗଦାନ ଦେଇଥିଲେ । ଅପରପକ୍ଷରେ ଗୋଲକିପର ଆର୍ଶଦୀପ ସିଂହ ୨୯ଟି ସେଭ କରିଥିବାବେଳେ ୧୪ଟି ଗୋଲ ବରଣ କରିଥିଲେ  । ଖାଲି ସେତିକିନୁହେଁ ସ୍ପେନିଶ ଫରୱାଡର଼୍ ମାନୁଏଲ ଓନୱ ୧୦ଟି ମ୍ୟାଚ ଖେଳି ୭ଟି ଗୋଲ ଦେଇଥିଲେ  । ଓଡ଼ିଶା ଏଫସି ଟିମରେ ବହୁ ଯୁବ ଓ ପ୍ରତିଭାବାନ ଖେଳାଳୀ ଅଛନ୍ତି  । ଫୁଲ ବ୍ୟାକରେ ଖେଳୁଥିବା ଜର୍ଜ ଡି ସୌଜା ଓ ଗୋଲକିପର ରବି କୁମାରଙ୍କ ବୟସ ହିଁ ୨୫ ବର୍ଷରୁ ଅଧିକ ରହିଛି  । ଏତଦବ୍ୟତୀତ କମଲ ପ୍ରୀତ ସିଂହ, ହେଣ୍ଡେରି ଆଂଟୋନି ଓ ସୌରଭ ମେହେରଙ୍କ ଭଳି ପ୍ରତିଭାବାନ ଖେଳାଳୀ ମଧ୍ୟ ଏହି ଟିମରେ ଅଛନ୍ତି  । 

    ଗତ ସିଜିନରେ ୨୩ ବର୍ଷୀୟ ଜେରି ମାୱିହମିନ ଓ ୨୦ ବର୍ଷୀୟ ଶୁଭମ ଷଡ଼ଙ୍ଗୀଙ୍କ ପ୍ରଦର୍ଶନ ବେଶ ଆଖି ଦୃଶିଆ ରହିଥିଲା  । ନୂଆ କୋଚଙ୍କ ନେତୃତ୍ୱରେ ସବୁ ଖେଳାଳୀ ଯଦି ଟିମ ସ୍ପିରିଟ ନେଇ ଖେଳନ୍ତି ତେବେ ଓଡ଼ିଶା ଏଫସି ଧମାଲ କରିପାରିବ  । ଗତ ଥର ଟିମର ଡିଫେନ୍ସ କ୍ଷେତ୍ରରେ କେତେକ ଦୁର୍ବଳତା ପଦାକୁ ଆସିଥିଲା  । ଦଳ ୩୧ଟି ଗୋଲ ଖାଇଥିଲା  । ଏଥିପ୍ରତି ଦଳ ଦୃଷ୍ଟି ଦେବ ବୋଲି ଆଶା କରାଯାଇପାରେ  ।

    Maximum 500 characters

    ODISHA FC View all

    Find Us on Facebook