Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ODISHA FC

ମୁଖ୍ୟ ଖବର

    ଚକମା ଦେଖାଇବା ଲକ୍ଷ୍ୟରେ ଓଡିଶା ଏଫସି

    Share on :
    ajab-Image
    Date: Nov 14, 2020    Views: 3211

    ଓଡ଼ିଶା ଏଫସି ୨୦୧୯ରୁ ଆଇଏସଏଲ ସିଜିନର ସାମିଲ ହୋଇଛି  । ସେହିପରି ମୋହନ ବାଗାନ ଓ ଇଷ୍ଟ ବେଙ୍ଗଲ ମଧ୍ୟ ଆଇଏସଏଲରେ ସାମିଲ ହୋଇଥିବାରୁ ୨୦୨୦-୨୧ରେ ପ୍ରତିଯୋଗିତା ବେଶ ରୋମାଚଂକର ହେବବୋଲି ଆଶା କରାଯାଉଛି  । ଓଡ଼ିଶା ଏଫସିର କୋଚ ଅଛନ୍ତି ଜୋସେପ ଗୋମ୍ବାଉ  । କିନ୍ତୁ ତାଙ୍କ ପ୍ରଶିକ୍ଷଣରେ ଦଳ ଗତ ଆଇଏସଏଲରେ ୬ଷ୍ଠ ସ୍ଥାନରେ ରହିଥିଲା  । କିନ୍ତୁ ଏବେ ସ୍କଟଲାଣ୍ଡର ଷ୍ଟୁଆର୍ଟ ବକ୍ସଟର ଓଡ଼ିଶା ଏଫସିରେ ସାମିଲ ହୋଇଛନ୍ତି  । ୨୦୧୯-୨୦ରେ ଓଡ଼ିଶା ଏଫସି ୧୮ଟି ମ୍ୟାଚରୁ ୭ଟି ମ୍ୟାଚରେ ହାରିଥିବାବେଳେ ୪ଟି ମ୍ୟାଚ ଡ୍ର ରଖିଥିଲା  । ସେହିପରି ୭ଟି ମ୍ୟାଚରେ ଜିଣି ମୋଟ ୨୫ ପଏଂଟ ହାସଲ କରିଥିଲା  । ଅବଶ୍ୟ ଗତ ସିଜିନରେ ଓଡ଼ିଶା ଏଫସି କେରଳ ବ୍ଲାଷ୍ଟରସ ଏଫସି ଓ ନର୍ଥ ଇଷ୍ଟ ୟୂନାଇଟେଡ଼ ଏଫସି ଠାରୁ ଭଲ ପ୍ରଦର୍ଶନ କରିଥିଲା  । କିନ୍ତୁ ଚଳିତ ବର୍ଷ ନଭେମ୍ବର ୨୧ରୁ ହାଇଦ୍ରାବାଦ ବିପକ୍ଷରେ ଓଡ଼ିଶା ତାହାର ଯାତ୍ରା ଆରମ୍ଭ କରିବ । ତେଣୁ ଏହି ସିଜିନରେ ଦଳ ଚକମା ଦେଖାଇବବୋଲି ଫୁଟବଲପ୍ରେମୀମାନେ ଆଶା ପ୍ରକାଶ କରିଛନ୍ତି  ।

    Maximum 500 characters

    ODISHA FC View all

    Find Us on Facebook