Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

ଜିଲାପାଳ ଓ ପୋଲିସ ଅଧିକ୍ଷକଙ୍କ ଯୁଗ୍ମ ସମ୍ମିଳନୀ

Date: Jun 19, 2016    Views: 214

ଭୁବନେଶ୍ୱର : ଆଇନ୍‌ର ଶାସନ, ସ୍ୱଚ୍ଛତା ଏବଂ ଲୋକାଭିମୁଖୀ ଓ ଉତ୍ତମ ପ୍ରଶାସନ ଉପରେ ସରକାର ଗୁରୁତ୍ୱ ଦେଇଆସିଛନ୍ତି  । ତେଣୁ ଜନସାଧାରଣଙ୍କ ସମସ୍ୟା ସମାଧାନ ସମୟରେ ସଂପୂର୍ଣ୍ଣ  ନିରପେକ୍ଷତା ଅବଲମ୍ବନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ  । ଦୋଷୀ ଯେତେ କ୍ଷମତାଶାଳୀ ହେଉନା କାହିଁକି ତା’ ବିରୁଦ୍ଧରେ ବିନା ଦ୍ୱିଧାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଦଶ ଦେଇଛନ୍ତି  । ବିଶେଷକରି ପରିବହନ ଓ ଟେଣ୍ଡର ମାଫିଆଙ୍କୁ ନିୟନ୍ତ୍ରଣ କରିବାକୁ ସଚିବାଳୟଠାରେ ଜିଲ୍ଲାପାଳ ଓ ପୋଲିସ ଅଧିକ୍ଷକମାନଙ୍କର ଯୁଗ୍ମ ସମ୍ମିଳନୀକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି  ।


 ସାଧାରଣ ଲୋକଙ୍କ କଲ୍ୟାଣ ଓ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି  । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ମାଓ ସମସ୍ୟା ସଂପର୍କରେ ମୁଖ୍ୟମନ୍ତ୍ରୀ କହିଲେଯେ, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିବାବେଳେ ବାମପନ୍ଥୀ ଉଗ୍ରବାଦୀ ସମସ୍ୟାରେ ଉନ୍ନତି ଆସିଛି  ।  ମାଓ ହିଂସା ହ୍ରାସ ପାଇଛି  ।  ଆତ୍ମସମର୍ପଣ କରୁଥିବା ମାଓବାଦୀମାନେ ଯେପରି ଠିକ୍‌ ସମୟରେ ସେମାନଙ୍କ ପାଇଁ ଘୋଷିତ ଥଇଥାନ ନୀତିର ସୁବିଧା ପାଇପାରିବେ ତା ଉପରେ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଓ ପୋଲିସ ଅଧିକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି  ।


ସମାଜର ଦୁର୍ବଳ ଶ୍ରେଣୀ ଏବଂ ମହିଳାମାନଙ୍କ ବିରୁଦ୍ଧରେ ହେଉଥିବା ଅପରାଧ ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖିବା ସହିତ ଏଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ  । ସେହିପରି ଅପରାଧ ଅନୁସନ୍ଧାନର ଗୁଣାତ୍ମକମାନ ବୃଦ୍ଧି ସହିତ ଅପରାଧୀ ଯେପରି ଉପଯୁକ୍ତ ଦଣ୍ଡ ପାଇପାରିବ, ସେଥିପାଇଁ ପବ୍ଲିକ୍‌ ପ୍ରସିକୁ୍ୟଟରମାନଙ୍କର କାର୍ଯ୍ୟ ନିୟମିତ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ପରାମର୍ଶ ଦେଇଥିଲେ  ।
ପରିବହନ ଓ ଟେଣ୍ଡର ମାଫିଆ କାର୍ଯ୍ୟ ନିୟନ୍ତ୍ରଣ ସଂପର୍କରେ ମୁଖ୍ୟମନ୍ତ୍ରୀ କହିଲେଯେ, ଏ ଦିଗରେ ବହୁତ ଭଲ କାର୍ଯ୍ୟ ହୋଇଛି ଏବଂ ଏହାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିବା ପାଇଁ ଏସ୍‌ପିମାନେ ତୀକ୍ଷ୍‌ଣ ନଜର ରଖିବା ସହିତ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଇଥିଲେ  ।


ସରଳ ଓ ନିରୀହ ଲୋକଙ୍କଠାରୁ ଚିଟ୍‌ଫଣ୍ଡ କମ୍ପାନୀମାନଙ୍କ ଜମା ସଂଗ୍ରହ କାର୍ଯ୍ୟକୁ ଏକ ଗୁରୁତର ବିଷୟ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେଯେ, ଏହି କାର୍ଯ୍ୟକୁ ପ୍ରତିହତ କରିବା ଓ ଜମାକାରୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ନୂତନ ଆଇନ ପ୍ରଣୟନ କରିଛନ୍ତି  । ପୋଲିସ ମଧ୍ୟ ଚିଟ୍‌ଫଣ୍ଡ କମ୍ପାନୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି  । ଜିଲ୍ଲା ଏସ୍‌ପିମାନେ ଏସବୁ କାର୍ଯ୍ୟ ଉପରେ ସତର୍କ ଦୃଷ୍ଟି ରଖିବା ସହିତ ଏଭଳି କମ୍ପାନୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ  ।
ଅନ୍ୟାନ୍ୟ ବିଷୟମାନଙ୍କ ମଧ୍ୟରେ ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁରରେ ପୋଲିସ କମିଶନର ବ୍ୟବସ୍ଥା କାର୍ଯ୍ୟ ତ୍ୱରାନ୍ୱିତ କରାଯିବା, ଯୁଗ୍ମ ଅଭିଯୋଗ ଶୁଣାଣୀକୁ ଫଳପ୍ରଦ ଭାବରେ ପରିଚାଳନା କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ  ।
ଏହି ଅବସରରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଆର. ବାଲ୍‌କ୍ରୀଷ୍ଣନ୍‌, ପୋଲିସ ମହାନିଦେ୍ର୍ଦଶକ କେବି ସିଂହ, ସ୍ୱରାଷ୍ଟ୍ର ବିଭାଗ ପ୍ରମୁଖ ସଚିବ, ରାଜ୍ୟ ପୁଲିସର ବରିଷ୍ଠ ପଦାଧିକାରୀ, ବିଭିନ୍ନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ  ।


    

Maximum 500 characters