ମୁଖ୍ୟ ଖବର
ଭୁବନେଶ୍ୱର : ଚାଷ ଏବଂ ଚାଷୀଙ୍କ ଉନ୍ନତି ପାଇଁ ୪ଟି ଅନଲାଇନ ସେବାର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅନଲାଇନ ସେବା ଜରିଆରେ ପଞ୍ଜୀକରଣ, ରାସନ କାର୍ଡ ଆବେଦନ ଓ ସଂଶୋଧନ, ଦୋକାନ ଲାଇସେନ୍ସ ପ୍ରଦାନ ଏବଂ ଖାଦ୍ୟଶସ୍ୟର ମୂଲ୍ୟ ପ୍ରଦାନ କରାଯିବ ବୋଲି ଜଣାପଡିଛି । ଏହି ପଦକ୍ଷେପ ଦକ୍ଷତା ଏବଂ ସ୍ୱଚ୍ଛତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହିତ ମେକିଙ୍ଗ ଅଫ ଏ ଫୁଡ ସିକ୍ୱର ଓଡିଶା ନାମକ ପୁସ୍ତକର ଲଞ୍ଚ କରିଥିଲେ ମୁଖ୍ୟମନ୍ତ୍ରୀ । ବିଗତ ୨୦ ବର୍ଷ ମଧ୍ୟରେ ଖାଦ୍ୟ ସୁରକ୍ଷାରେ ଓଡିଶାରେ ହୋଇଥିବା ପରିବର୍ତ୍ତନ ସଂକ୍ରାନ୍ତରେ ଏହି ବହିର ଉନ୍ମୋଚନ କରାଯାଇଛି ।
Comments ସମସ୍ତ ମତାମତ 0