Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଟୁଇଟରକୁ ଚେତାବନୀ ଦେଲେ ଭାରତ ସରକାର

    Share on :
    ajab-Image
    Date: Oct 22, 2020    Views: 5553

    ନୂଆଦିଲ୍ଲୀ: ଭାରତ ସରକାର ଟୁଇଟରକୁ ଚିଠି ଲେଖି ଚେତାବନୀ ଦେଇଛନ୍ତି । ଭାରତର ସାର୍ବଭୌମତ୍ୱରେ ଆଞ୍ଚ ନଆଣିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।  ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ପକ୍ଷରୁ   ଟୁଇଟର ସିଇଓଙ୍କୁ ଚିଠି କରାଯାଇଛି । ଭାରତର ଭୁଲ ମ୍ୟାପ ପ୍ରଦର୍ଶନ କରିଥିବାରୁ ଟୁଇଟରକୁ ଚିଠି କରାଯିବା ସହ  ଏହାରି ମାଧ୍ୟମରେ ଚେତାବନୀ ଦିଆଯାଇଛି । ଗତ  ରବିବାର ଟୁଇଟରରେ ଭାରତର ବିବାଦୀୟ ମ୍ୟାପ ପ୍ରଦର୍ଶନ ହୋଇଥିଲା ।  ଉକ୍ତ ମ୍ୟାପରେ ଜାମ୍ମୁ ଓ କାଶ୍ମୀରକୁ ଚୀନର ବୋଲି ଦର୍ଶାଯାଇଥିଲା । ଏହାକୁ ଭାରତ ସରକାରଙ୍କ ପକ୍ଷରୁ  ଗୁରୁତର ସହକାରରେ ଗ୍ରହଣ କରାଯାଇ ଟୁଇଟରକୁ ଚେତାବନୀ ଦିଆଯାଇଛି । ତେବେ ଭାରତ ସରକାରଙ୍କ ଚିଠିକୁ ଗୁରୁତର ସହ ନେଇଛୁ ବୋଲି ଟୁଇଟର ସିଇଓ କହିଛନ୍ତି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook