Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କରୋନା ନେଇ ଭବିଷ୍ୟବାଣୀ କରିଥିଲେ ଏହି ଜ୍ୟୋତିଷ, ଏବେ କହିଲେ ଟୀକା ହୋଇପାରିବନି

    Share on :
    ajab-Image
    Date: Oct 20, 2020    Views: 6018

    ଲଣ୍ଡନ : ଗୋଟିଏ ଭୂତାଣୁ ସାରା ବିଶ୍ୱକୁ ଛାରଖାର କରିଦେବ  । ୨୦୧୯ ଫେବୃଆରୀରେ  ବ୍ରିଟିଶ ଜ୍ୟୋତିଷ ଜେସିକା ଏଡ଼ମ୍ସ ଭବିଷ୍ୟବାଣୀ କରିଥିଲେ  । କିନ୍ତୁ ସେତେବେଳେ କେହି ତାଙ୍କ କଥାକୁ ବିଶ୍ୱାସ କରିନଥିଲେ  । ଏବେ ସେ ଟ୍ରମ୍ଫଙ୍କୁ ନେଇ ମଧ୍ୟ ଭବିଷ୍ୟବାଣୀ କରିଛନ୍ତି  । ଆଗାମୀ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲଡ଼ ଟ୍ରମ୍ଫ ନିର୍ବାଚନ ଜିତିବେ ନାହିଁ ବୋଲି ସେ କହିଛନ୍ତି  ।

    ଲଣ୍ଡନରେ ୨୦୨୦ ମାର୍ଚ୍ଚରୁ ଭୂତାଣୁ କାୟା ବିସ୍ତାର କରିବ ବୋଲି ସେ ଜାଣିପାରିଥିଲେ  । ଯେଉଁଥିପାଇଁ ଏକ ବଡ଼ ପାର୍ଟିକୁ ବାତିଲ କରି ସେ ଲଣ୍ଡନରେ ଥିବା ନିଜ ଘର ଛାଡ଼ି ତାସମାନିଆ ଚାଲି ଯାଇଥିଲେ  । ସେହିପରି କରୋନାର ଟୀକା ବାହାରି ପାରିବନି  । ଆମକୁ କରୋନା ସହ ବଂଚିବାକୁ ପଡ଼ିବ ବୋଲି ଡେଲି ମେଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି  ।

    ଆମେରିକା ନିର୍ବାଚନ ବିଳମ୍ବିତ ହେବବୋଲି ସେ କହିବା ସହ ନୂଆ ନେତୃତ୍ୱ ଆମେରିକାର ନେତା ହେବେବୋଲି ଭବିଷ୍ୟବାଣୀ କରିଛନ୍ତି  । ସେହିପରି ୨୦୨୧ ଜାନୁଆରୀ ବ୍ରିଟେନ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ  । ୨୦୦୦ ବର୍ଷ ପୂର୍ବରୁ ରୋମାନ ଆକ୍ରମଣ ସମୟକୁ ବି୍ରଟେନ ପଳାଇବ  । ଏମିତିକି ଏହା ଚାରି ଦେଶରେ ବିଭାଜିତ ହେବବୋଲି ସେ ଭବିଷ୍ୟବାଣୀ କରିଛନ୍ତି  । ଜେସିକା ଏଡ଼ମ୍ସଙ୍କର ଏଭଳି ଭବିଷ୍ୟବାଣୀକୁ ନେଇ ଏବେ ବ୍ରିଟେନରେ ଜୋରଦାର ଚର୍ଚ୍ଚା ହେଉଛି  ।

     

    Maximum 500 characters

    ତାଜା ଖବର View all

    Find Us on Facebook