Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସେକ୍ସ ରାକେଟ, ବଙ୍ଗୀୟ ଯୁବତୀ ଅଟକ

    Share on :
    ajab-Image
    Date: Oct 17, 2020    Views: 5658

    ପୁରୁଣା ଭୁବନେଶ୍ୱର: ସେକ୍ସ କାରବାରରେ ସମ୍ପୃକ୍ତ ଥିବା ସନେ୍ଦହରେ ବଡ଼ଗଡ଼ ଥାନା ପୁଲିସ ଜଣେ ବଙ୍ଗୀୟ ଯୁବତୀକୁ ଅଟକ ରଖିଛି । ସେ ତାର ଠିକଣା ବାବଦରେ କୌଣସି ସନ୍ତୋଷଜନକ ତଥ୍ୟ ନ ଦେବାରୁ ପୁଲିସ ତାକୁ ସୁଧାର ଗୃହକୁ ପଠାଇ ଦେଇଛି । ଯୁବତୀ ଜଣକ କଳ୍ପନା ଛକରେ ସନେ୍ଦହଜନକ ଅବସ୍ଥାରେ ବୁଲୁଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବାରୁ ପୁଲିସ ତାଙ୍କୁ ସେଠାରୁ ଉଦ୍ଧାର କରି ସୁଧାର ଗୃହକୁ ପଠାଇଛି । 

    ମିଳିଥିବା ସୂଚନା ଅନୁଯାୟୀ, କଳ୍ପନା ଛକ ନିକଟସ୍ଥ ଏକ ମଲରୁ ମାର୍କେଟିଂ ସାରି ଏହି ବଙ୍ଗୀୟ ଯୁବତୀଜଣକ କଳ୍ପନା ଛକରେ ଗାଡ଼ିକୁ ଅପେକ୍ଷା କରିଥିଲେ । ତାଙ୍କ ହାବଭାବରୁ ସ୍ଥାନୀୟ ଲୋକଙ୍କ ଭିତରେ ସନେ୍ଦହ ସୃଷ୍ଟି ହୋଇଥିଲା । ସେ ବଙ୍ଗଳା ଭାଷାରେ କଥା ହୋଇଥିଲେ । କିନ୍ତୁ ସେ ଗ୍ରାହକ ଯୋଗାଡ଼ ପାଇଁ ଫୋନରେ କଥା ହୋଇଥିଲେ ବୋଲି ଗୁଜବ ପ୍ରଚାର ହୋଇଗଲା । ଫଳରେ କିଛି ଲୋକ ତାଙ୍କୁ ଘେରିଗଲେ ଓ ଏଣୁତେଣୁ ପଚରାଉଚରା କଲେ । ଘଟଣା ସମ୍ପର୍କରେ ସେମାନେ ପୁଲିସ କଣ୍ଟ୍ରୋଲ ରୁମ ଓ ବଡ଼ଗଡ଼ ଥାନାକୁ ଖବର ଦେଇଥିଲେ । ଯୁବତୀ ଜଣକ ମଧ୍ୟ ଡରି ନ ଯାଇ ଲୋକଙ୍କୁ ମୁକାବିଲା କରିଥିଲେ । ଫଳରେ ସେଠାରେ ଉତ୍ତେଜନା ଦେଖାଯାଇଥିଲା । ଘଟଣାସ୍ଥଳରେ ବଡ଼ଗଡ଼ ଥାନା ପୁଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ ଓ ପରେ ଯୁବତୀଙ୍କୁ ଥାନାକୁ ନେଇଥିଲେ ।

    Maximum 500 characters

    ତାଜା ଖବର View all

    Find Us on Facebook