Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଜଳିଗଲେ ଦମ୍ପତ୍ତି

    Share on :
    ajab-Image
    Date: Oct 16, 2020    Views: 6957

    ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ରାମପୁର ଫାଣ୍ଡି ଅନ୍ତର୍ଗତ ରାମପୁର ପଂଜାବୀ ଧୋଉଡା ପଡାରେ ଅଭାବନୀୟ ଘଟଣା । ଘର ଭିତରେ ଜୀଅନ୍ତା ଜଳି ଯାଇ ଦମ୍ପତ୍ତି ମୃତ । ଆଜି ଭୋରରୁ ଘଟିଛି ଏପରି ଘଟଣା । ନିଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଦୁଇ ଜଣ । ମୃତକ ଦୁଇ ଜଣ ହେଉଛନ୍ତି ଗିରିବର ଦାଶ ଏବଂ ତାଙ୍କର ପତ୍ନୀ ଗୀତା ଦାଶ ।
    କିପରି ନିଆଁ ଲାଗିଲା ତାହା ଏଯାଏଁ ଅସ୍ପଷ୍ଟ ରହିଛି । ବ୍ରଜରାଜନଗର ପୋଲିସ ଏବଂ ରାମପୁର ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହ ଜବତ କରି ତଦନ୍ତ କରୁଛି । ଏହି ଦୁର୍ଘଟଣା ସକାଳ ସାଢ଼େ ୮ଟା ସମୟରେ ଘଟିଛି। ମୃତ ବ୍ୟକ୍ତିଙ୍କର ନାମ ଗିରିବର ଦାସ ବୋଲି ଜଣାପଡ଼ିଛି। ପଡ଼ୋଶୀମାନଙ୍କର କହିବା ଅନୁସାରେ ଗିରିବରଙ୍କର ପତ୍ନୀ କୋଇଲା ଚୁଲି ଘରକୁ ନେବା ସମୟରେ ପିନ୍ଧିଥିବା କପଡ଼ାରେ ନିଆଁ ଲାଗିଯାଇଥିଲା। ଏଥିରେ ଭୟଭୀତ ହୋଇ ସେ ଚୁଲିଟିକୁ ଫୋପାଡ଼ି ଦେଇଥିଲେ।  କିନ୍ତୁ  ନିଆଁରେ ଜଳିଯାଇଥିଲେ ଗିରିବରଙ୍କ ପତ୍ନୀ । ତାଙ୍କୁ ବଞ୍ଚାଇବାକୁ ଯାଇ ଗିରିବର ମଧ୍ୟ  ଜଳିଯାଇଥିଲେ। ନିକଟରେ ଥିବା ପେଟ୍ରୋଲ୍ ଭଳି କୌଣସି ପଦାର୍ଥରେ କୋଇଲା ଚୁଲିର ନିଆଁ ଲାଗିଯିବାରୁ ଘର ଭିତରର ଥିବା ବହୁ ଜିନିଷ ପତ୍ର ବି ଜଳିଯାଇଛି। ତେବେ ଆଜବେଷ୍ଟସ୍ ଘର ହୋଇଥିବାରୁ ତାହା ଜଳିନାହିଁ। ଏହି ଘଟଣା ଘଟିବା ପରେ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook