ମୁଖ୍ୟ ଖବର
ଭୁବନେଶ୍ୱର: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ଅଭିଯୋଗ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ଏହି ମାମଲାରେ ହାଇକୋର୍ଟ ଗୁରୁବାର ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । ବଗଲା ଧର୍ମଶାଳା ଜମିରେ ଜଗନ୍ନାଥଙ୍କ ସତ୍ତ୍ୱ ନେଇ ହାଇକୋର୍ଟ ଜବାବ ମାଗିଛନ୍ତି । ତେବେ ଆସନ୍ତା ନଭେମ୍ବର ୨ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବା ନେଇ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ହାଇକୋର୍ଟ ଅନ୍ୟ ଦାୟର ମାମଲା ସହ ଏକାଠି ଣୁଣାଣି କରିବେ । ପୂର୍ବରୁ ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ଅଭିଯୋଗ ନେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ହାଇକୋର୍ଟରେ ମାମଲା କରିଥିଲେ ।
Comments ସମସ୍ତ ମତାମତ 0