Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବଜ୍ରପାତରେ ଦୁଇ ଜଣ ମୃତ

    Share on :
    ajab-Image
    Date: Oct 14, 2020    Views: 5679

    ନୟାଗଡ଼ : ବୁଧବାର ସକାଳୁ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକସ୍ଥିତ ଡିହଙ୍ଗାରେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଦ୍ୱୟ ହେଲେ ଉକ୍ତ ଗ୍ରାମର ଉଦୟନାଥ ପ୍ରଧାନ ଓ ଅଶାଲତା ସାହୁ।  ଉଦୟନାଥ ସକାଳୁ ଉଠି ନିଜ ଜମି ଦେଖିବାକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲେ। ସେଇଭଳି ଆଶାଲତା ନଦୀବନ୍ଧକୁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ସକାଳୁ ସକାଳୁ ଏଭଳି ଖବର ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି। ସେମାନଙ୍କୁ ସେମାନଙ୍କ ପରିବାର ଲୋକ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଶରୀର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook