Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତ ନିଲମ୍ବିତ

banner

BIHAR ELECTION

ମୁଖ୍ୟ ଖବର

    ସର୍ଭେ: ବିହାରରେ ବାଜିମାତ କରିବ ଏନଡିଏ

    Share on :
    ajab-Image
    Date: Oct 13, 2020    Views: 2346

    ନୂଆଦିଲ୍ଲୀ: ବିହାରରେ ଆସନ୍ତା ବିଧାନସଭା ନିର୍ବାଚନରେ ଏନଡିଏ ବିଜୟୀ ହେବ । ଟାଇମ୍ସ ନାଓ ସି ଭୋଟର ପକ୍ଷରୁ କରାଯାଇଥିବା ଜନମତ ସର୍ଭେରେ ଏହା କୁହାଯାଇଛି । ମୋଟ ୨୪୩ଟି ଆସନ ମଧ୍ୟରୁ ଏନଡିଏ ୧୬୦ଟି ଆସନରେ ଜିତିବ । ବିଜେପି ୮୫ଟି ଆସନରେ ଜିତି ଏକକ ବୃହତ ଦଳ ହେବ । ନିତୀଶ କୁମାରଙ୍କ ଜେଡିୟୁ ୭୦ ଟି ଆସନରେ ଜିତି ଦ୍ୱିତୀୟ ସ୍ଥାନରେ ରହିବ । ଏନଡିଏର ଅନ୍ୟ ସହଯୋଗୀ ଦଳକୁ ୫ଟି ଆସନ ମିଳିବ । ଉପାକୁ ୭୬ଟି ଆସନ ମିଳିବ । ମହାମେଣ୍ଟରେ ତେଜସ୍ୱୀ ଯାଦବଙ୍କ ଆରଜେଡିକୁ ସର୍ବାଧିକ ୫୬ ଆସନ ମିଳିବ । ଭାରତୀୟ ଜାତୀୟ କଂଗ୍ରେସ ମାତ୍ର ୧୫ଟି ଆସନ ପାଇବ । ତେବେ ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି ୧୪୩ଟି ଆସନରେ ପ୍ରାର୍ଥୀ ଦେଲେ ମଧ୍ୟ ୫ ଆସନରେ ଜିତିବ । ବାମଦଳକୁ ୫ଟି ଏବଂ ଅନ୍ୟମାନଙ୍କୁ ୨ଟି ଆସନ ମିଳିବ । ୨୪୩ ଆସନ ବିଶିଷ୍ଟ ବିହାରରେ ସରକାର ଗଠନ ପାଇଁ କୌଣସି ତଳ ଏବଂ ମେଣ୍ଟକୁ ୧୨୨ଟି ଆସନରେ ଜିତିବା ଆବଶ୍ୟକତା ରହିଛି । ଏନଡିଏରେ ଜେଡିୟୁ ୧୧୫ ଆସନରେ ଏବଂ ବିଜେପି ୧୧୦ ଆସନରେ ଲଢ଼ିବ । ଅନ୍ୟ ପକ୍ଷରେ ମହାମେଣ୍ଟରେ ଆରଜେଡି ୧୪୪ଟି ଆସନରେ ଏବଂ କଂଗ୍ରେସ ୭୦ଟି ଆସନରେ ନିର୍ବାଚନ ଲଢ଼ିବ । 

     

    Maximum 500 characters

    BIHAR ELECTION View all

    Find Us on Facebook