Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତ ନିଲମ୍ବିତ

banner

BIHAR ELECTION

ମୁଖ୍ୟ ଖବର

    ହାରିବା ଭୟରେ ଆସନ ବଦଳାଇଲେ ଲାଲୁଙ୍କ ପୁଅ

    Share on :
    ajab-Image
    Date: Oct 12, 2020    Views: 2608

    ପାଟନା : ବିଜେପି ସହ ମେଂଟ କରିବା ପରେ ଜେଡ଼ିୟୂ ଶକ୍ତିଶାଳୀ ହୋଇପଡ଼ିଛି  । ଅପରପକ୍ଷରେ ଆରଜେଡ଼ି ଓ କଂଗ୍ରେସ ମେଂଟ କଡ଼ା ଟକ୍କର ଦେବାକୁ ଯୋଜନା କରିଥିଲେ ମଧ୍ୟ ଲାଲୁ ଯାଦବଙ୍କ ଅନୁପସ୍ଥିତି ମେଂଟକୁ ସାମାନ୍ୟ ଦୁର୍ବଳ କରିଦେଇଛି  । ଫଳରେ ଆରଜେଡ଼ିର କେତେକ ନେତାଙ୍କୁ ପରାଜୟର ଭୟ ଘାରିବାରେ ଲାଗିଛି  । ଏମିତିକି ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ପରାଜୟ ଡର ଘାରିଛି  । ଯେଉଁଥିପାଇଁ ସେ ନିଜ ଆସନ ବଦଳାଇବାକୁ ବାଧ୍ୟ ହୋଇଛନ୍ତି  ।

    ପୂର୍ବରୁ ମହୁଆରୁ ପ୍ରାର୍ଥୀ ହେଉଥିଲେ ତେଜପ୍ରତାପ  । କିନ୍ତୁ ଏଥର ମହୁଆ ଆସନରୁ ବିଜୟୀ ହେବା ସହଜସାଧ୍ୟ ନୁହେଁ ବୋଲି ତେଜ ପ୍ରତାପ ଅଙ୍କ କଷି ସାରିଛନ୍ତି  । ଯେଉଁଥିପାଇଁ ଚଳିତ ନିର୍ବାଚନରେ ସେ ହସନପୁର ଆସନରୁ ଲଢ଼ିବାକୁ ସ୍ଥିର କରିଛନ୍ତି  । ଏଥିପାଇଁ ତାଙ୍କୁ ଦଳୀୟ ଟିକେଟ ମିଳି ସାରିଛି  । ନିଜ ଟ୍ୱିଟରେ ସେ ଉଲ୍ଲେଖ କରିଛନ୍ତିଯେ, ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ଉପସ୍ଥିତିରେ ପିତା ଲାଲୁ ପ୍ରସାଦ ଯାଦବଙ୍କ ଫଟୋକୁ ସାକ୍ଷୀ ମାନି ସେ ମାତା ରାବ୍ରୀ ଦେବୀଙ୍କ ଠାରୁ ହସନପୁର ବିଧାନସଭା ନିର୍ବାଚନ ପାଇଁ ଟିକେଟ ହାସଲ କରିଛନ୍ତି । ଜୟ ବିହାର ଓ ମିସ ୟୂ ପାପା ବୋଲି ଉଲ୍ଳେଖ କରିଛନ୍ତି  ।
    ଆସନ୍ତା ୧୩ରେ ତେଜପ୍ରତାପ ନାମାଙ୍କନ ପତ୍ର ଦାଖଲ କରିବେ  । ଅପରପକ୍ଷରେ ଲୋକଙ୍କ ସହ ସମ୍ପର୍କ ସ୍ଥାପନ ପାଇଁ ତେଜପ୍ରତାପ ହେଲପଲାଇନ ନମ୍ବର ଜାରି କରିଛନ୍ତି  । ହସନପୁର ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହୋଇଥିବାବେଳେ ୧୯୬୭ରୁ ଏଯାବତ ସେଠାରୁ ଯାଦବ ଜାତିର ନେତା ହିଁ ବିଜୟୀ ହୋଇ ଆସୁଛନ୍ତି  ।

    Maximum 500 characters

    BIHAR ELECTION View all

    Find Us on Facebook