Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତ ନିଲମ୍ବିତ

banner

BIHAR ELECTION

ମୁଖ୍ୟ ଖବର

    ବିହାରର ଏହି ମହିଳା ନେତ୍ରୀ ସବୁବେଳେ ଜିତୁଛନ୍ତି

    Share on :
    ajab-Image
    Date: Oct 12, 2020    Views: 3121

    ପୂର୍ଣ୍ଣିଆ : ବିହାରର ପୂର୍ଣ୍ଣିଆ ଅଂଚଳରେ ଦୁଇ ମହିଳା ନେତ୍ରୀ ସବୁବେଳେ ଚର୍ଚ୍ଚାରେ ରହି ଆସୁଛନ୍ତି  । ସାଂଗଠନିକ ଦକ୍ଷତା ଓ ନେତୃତ୍ୱ ପାଇଁ ଏମାନେ ବାରବାର ପୁରୁଷ ପ୍ରାର୍ଥୀଙ୍କୁ ମାତ ଦେଇ ଆସୁଛନ୍ତି  । ପୂର୍ଣ୍ଣିଆର ରୂପୌଲି ଓ ଧମଦାହା ବିଧାନସଭା କ୍ଷେତ୍ରରେ ମହିଳାଙ୍କର ଦବଦବା ଏବେ ସେହି ଅଂଚଳକୁ ବେଶ ଚର୍ଚ୍ଚିତ କରିଛି  ।

    ରୂପୌଲି ଆସନରେ ନୀତିଶ ସରକାରଙ୍କ ମନ୍ତ୍ରୀ ବୀମା ଭାରତୀ ଗତ ୧୫ ବର୍ଷ ଧରି ଜିତି ଆସୁଛନ୍ତି  । ଅପରପକ୍ଷରେ ଧମଦାହା ଆସନରେ ଲେସି ସିଂହ ବି ବାଜିମାତ କରି ଆସୁଛନ୍ତି  । ବିହାରରେ ବାହୁବଳୀ ଶବ୍ଦ ବେଶ ପରିଚିତ ଥିବାବେଳେ  ଏହି ଦୁଇ ମହିଳାଙ୍କୁ ଭୋଟବଳୀ ବୋଲି କୁହାଯାଉଛି  ।

    ୨୦୦୫ରୁ ବୀମା ଭାରତୀ ବିଜୟୀ ହୋଇ ଆସୁଥିବାବେଳେ ଚଳିତ ଥର ବି ଜେଡ଼ିୟୂ ପକ୍ଷରୁ ତାଙ୍କୁ ଟିକେଟ ମିଳିଛି  । ୨୦୦୫ରେ ସେ ଆରଜେଡ଼ିରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ  । ତେବେ ୨୦୧୦ ଓ ୨୦୧୫ରେ ସେ ଜେଡ଼ିୟୂ ଟିକେଟ ପାଇଥିଲେ  ।

    ଅପରପକ୍ଷରେ ଧମଦାହ ଆସନରୁ ଜେଡ଼ିୟୂ ନେତ୍ରୀ ଲେସି ସିଂହ ୩ ଥର ବିଧାୟକ ହୋଇଛନ୍ତି  । ୨୦୦୦, ୨୦୧୦ ଓ ୨୦୧୫ରେ ସେ ବାଜିମାତ କରିଥିଲେ  । ତେବେ ୨୦୦୫ରେ ହାରି ଯାଇଥିଲେ  । ସେ ନୀତିଶ ସରକାରରେ ମନ୍ତ୍ରୀ ମଧ୍ୟ ରହିଛନ୍ତି  । 

    Maximum 500 characters

    BIHAR ELECTION View all

    Find Us on Facebook