Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତ ନିଲମ୍ବିତ

banner

BIHAR ELECTION

ମୁଖ୍ୟ ଖବର

    କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ଏମାନେ

    Share on :
    ajab-Image
    Date: Oct 12, 2020    Views: 2382

    ନୂଆଦିଲ୍ଲୀ: ଅକ୍ଟୋବର ୨୮ ତାରିଖ ଦିନ ହେବାକୁ ଥିବା ବିହାର ବିଧାନସଭାର ପ୍ରଥମ ପର୍ୟ୍ୟାୟ ନିର୍ବାଚନ ଲାଗି କଂଗ୍ରେସ ପାର୍ଟିର ୩୦ଜଣ ତାରକା ପ୍ରଚାରକଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ କଂଗ୍ରେସ ମୁଖ୍ୟ ରାହୁଲ୍‌ ଗାନ୍ଧୀ ଏବଂ ଉତ୍ତରପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ବଲିଉଡ୍ ଅଭିନେତା ଶତ୍ରୁଘ୍ନ ସିହ୍ନା।

    ଏମାନଙ୍କ ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ, ଦଳର ବରିଷ୍ଠ ନେତା ଗୁଲାମ ନବି ଆଜାଦ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ରାଜ୍ୟ ଦଳ ନେତା ସଚିନ ପାଇଲଟ୍‌ ମଧ୍ୟ ଏହି ତାରକା ପ୍ରଚାରକ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପ ସିଂହ ସୁର୍‌ଜେୱାଲା, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍ ଅମରିନ୍ଦର ସିଂହ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବୁପେଶ ବାଘେଲ, କିର୍ତ୍ତି ଆଜାଦ, ତରିକ ଅନ୍‌ୱାର୍, ସଞ୍ଜୟ ନିରୁପମ ଏବଂ ରାଜ ବାବରଙ୍କ ଭଳି ବରିଷ୍ଠ ନେତାମାନେ ମଧ୍ୟ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି।

    Maximum 500 characters

    BIHAR ELECTION View all

    Find Us on Facebook