Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତ ନିଲମ୍ବିତ

banner

BIHAR ELECTION

ମୁଖ୍ୟ ଖବର

    ବିହାର ବିଧାନସଭା ନିର୍ବାଚନ, ଟିକଟ ଦୌଡ଼ରେ ପୂର୍ବତନ ପୁଲିସ ମୁଖ୍ୟଙ୍କୁ ହରାଇଲେ କନଷ୍ଟେବଳ

    Share on :
    ajab-Image
    Date: Oct 9, 2020    Views: 2322

    ପାଟନା: ପୂର୍ବତନ ବିହାର ପୁଲିସ ମୁଖ୍ୟ ଗୁପ୍ତେଶ୍ୱର ପାଣ୍ଡେ ରାଜନୀତିକୁ ଆସିବା ପାଇଁ ଗତ ମାସରେ ତାଙ୍କ ଚାକିରି ଛାଡ଼ି ଦେଇଥିଲେ । ସେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁରେ ଯୋଗ ଦେଇଥିଲେ । ଗୃହ ଜିଲ୍ଲା ବକ୍ସାରରୁ ସେ ଜେଡିୟୁରେ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଇଚ୍ଛା କରୁଥିବା ମଧ୍ୟ ସ୍ପଷ୍ଟ କରିଥିଲେ । କିନ୍ତୁ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକଟ ମିଳିଲାନି । ତେବେ ବକ୍ସାର ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଚୟନ ହୋଇଥିବା ବ୍ୟକ୍ତି ହେଉଛନ୍ତି ଜଣେ ପୂର୍ବତନ ବିହାର ପୁଲିସ କନଷ୍ଟେବଳ । ତାଙ୍କ ନାମ ପର୍ଶୁରାମ ଚତୁର୍ବେଦୀ  । ସେ ଟିକଟ ଦୌଡ଼ରେ ପୂର୍ବ ବିହାର ପୁଲିସ ମୁଖ୍ୟଙ୍କୁ ହରାଇ ଦେଇଛନ୍ତି । 

    ଚତୁର୍ବେଦୀ କହିଛନ୍ତି ଡିଜିପି ହେଉଛନ୍ତି ତାଙ୍କ ବଡ଼ ଭାଇ । ସମ୍ମାନରେ ସେ ତାଙ୍କ ପାଦ ଛୁଅନ୍ତି । ତାଙ୍କ ପାଇଁ କେବଳ ତାଙ୍କର ସମ୍ମାନ ହିଁ ଅଛି । ଚତୁର୍ବେଦୀ କହିଛନ୍ତି, ବିହାର ପୁଲିସରେ ଥିବା ସମୟରେ ସେ ସିଆଇଡି ସମତେ ବିଭିନ୍ନ ବିଭାଗରେ କାମ କରିଥିଲେ । ଯେଉଁଠି ବି ସେ କାମ କରିଛନ୍ତି, ସବୁଠି ତାଙ୍କୁ ସମ୍ମାନ ମିଳିଛି । ଏହି ଅଭିଜ୍ଞତା ତାଙ୍କୁ ରାଜନୀତିରେ ଖୁବ ସହଯୋଗ କରିଛି ବୋଲି ସେ କହିଛନ୍ତି । ଏବେ ପାଣ୍ଡେଙ୍କ ରାଜନୈତିକ ଭବିଷ୍ୟତ କ’ଣ ହେବ ସେ ନେଇ ନାନା କଳ୍ପନା ଜଳ୍ପନା ଚାଲିଛି ।

    Maximum 500 characters

    BIHAR ELECTION View all

    Find Us on Facebook