Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତ ନିଲମ୍ବିତ

banner

BIHAR ELECTION

ମୁଖ୍ୟ ଖବର

    ରାଜନୀତି ଛାଡି ଠିକାଦାରୀ କରିବାକୁ ସ୍ଥିର କରିଥିଲେ ନିତୀଶ

    Share on :
    ajab-Image
    Date: Oct 9, 2020    Views: 2485

    ନିତୀଶ କୁମାର ପ୍ରଥମ ଥର ୨୦୦୬ ରେ ବିଧାନ ପରିଷଦର ସଦ୍ୟ ହୋଇଥିଲେ ।  ହେଲେ ୧୯୭୭ ମସିହାରେ ତାଙ୍କ ରାଜନୈତୀକ ଜୀବନ ଆରମ୍ଭ ହୋଇଥିଲା । ସେ ୧୯୭୭ ରେ ବିହାର ନାଳନ୍ଦା ଜିଲ୍ଲାର ହରନୌତ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ । ସେତେବେଳେ ତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା ଓ ସେ ଜନତା ପାର୍ଟିରୁ ଟିକେଟ୍ ପାଇ ନିର୍ବାଚନ ଲଢିଥିଲେ । ଏହି ନିର୍ବାଚନରେ ଜନତା ପାର୍ଟି ୨୧୪ ଟି ଆସନରେ ବିଜୟ ଲାଭ କରିଥିବା ବେଳେ ୯୭ ଟି ଆସନରେ ପରାଜୟ ସ୍ୱିକାର କରିଥିଲା । ଏହି ୯୭ ଟି ଆସନ ମଧ୍ୟରେ ଥିଲା ନିତୀଶ କୁମାରଙ୍କ ହରନୌତ ଆସନ । ହେଲେ ସେହି ନିତୀଶ କୁମାର ପରେ କେନ୍ଦ୍ରମନ୍ତ୍ରୀ ଓ ବିହାରର ମୁଖ୍ୟମନ୍ତ୍ରୀ ହୋଇପାରି ଥିଲେ ।

    ପ୍ରଥମ ନିର୍ବାଚନରେ ନିତୀଶଙ୍କୁ ଯିଏ ହରାଇ ଥିଲା ସେ ହେଉଛନ୍ତି ଭୋଲା ପ୍ରସାଦ ସିଂ । ଯାହାର କି ନିତୀଶଙ୍କ ସହ ଭଲ ସଂପର୍କ ଥିଲା । ଯେ କି ବାମଦଳ ସମର୍ଥନରେ ସ୍ୱାଧିନ ଭାବେ ନିର୍ବାଚନ ଲଢିଥିଲେ । ନିତୀଶ କୁମାର ପ୍ରଥମ ପରାଜୟକୁ ଭୁଲି ୧୯୮୦ ରେ ପୁଣିଥିରେ ସେହି ଆସନରୁ ନିର୍ବାଚନ ଲଢିଲେ । ଏଥର ଜନତା ଦଳ ନୁହେଁ ସଂଯୁକ୍ତ ଜନତାଦଳ ଟିକେଟରେ । ଏଥର ବି ପୁଣି ପରାଜୟ । ଏଥର କିନ୍ତୁ ତାଙ୍କୁ ଜଣେ ସ୍ୱାଧୀନ ପ୍ରାର୍ଥୀ ହରାଇ ଦେଇଥିଲେ । ଯାହାଙ୍କ ନାମ ଥିଲା ଅରୁଣ କୁମାର ସିଂ । ଅରୁଣଙ୍କୁ ଭୋଲା ସିଂ ସମର୍ଥନ ଦେଇଥିଲେ ।

    ଏହି ପରାଜୟ ପରେ ନିତୀଶ କୁମାର ପୁରା ହତୋତ୍ସାହିତ ହୋଇପଡିଥିଲେ । ରାଜନୀତିରେ ଆଉ ତାଙ୍କର ଜିତ୍ କେବେ ବି ହୋଇ ପାରିବ ନାହିଁ, ଏମିତି ମନେ କରି ସେ ଠିକାଦାରୀ କରିବାକୁ ମନବଳାଇଲେ । କାରଣ ଥିଲା ଆର୍ଥିକ ଅନାଟନ । ୧୯୮୦ ନିର୍ବାଚନ ହାରିବା ବେଳକୁ ନିତୀଶ ୭ ବର୍ଷ ହେବ ବିଶ୍ୱବିଦ୍ୟାଳୟରୁ ପାଠ ପଢା ସାରିଥିଲେ । ଏହା ମଧ୍ୟରେ ତାଙ୍କର ବିବାହ ବି ହୋଇ ସାରିଥିଲା । ହେଲେ ସେ କେବେ ବି ରୋଜଗାର କରି ଘରକୁ ଟଙ୍କା ଦେଇପାରି ନଥିଲେ । ଏହି ସମୟରେ ସେ କହିଥିଲେ କି କିଛି ବି କରିବାକୁ ପଡିବ । ଏମିତି ଜୀବନ କେମିତି ଚାଲିବ । ହେଲେ ସେ ରାଜନୀତି ଛାଡିପାରି ନଥିଲେ ।

    ବାରମ୍ବାର ହାରିବା ପରେ ପୁଣି ୧୯୮୫ ରେ ସେ ତୃତୀୟଥର ପାଇଁ ନିର୍ବାଚନ ମୈଦାନକୁ ଉହ୍ଲାଇଥି ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ହେଲେ ଏଥର ଲୋକଦଳରୁ ଟିକେଟ୍ ହାତେଇଥିଲେ । ଏହି ନିର୍ବାଚନରେ ନିତୀଶ କୁମାର ୨୧ ହଜାର ଭୋଟରେ ଜିତିଥିଲେ । ସେ କଂଗ୍ରେସର ବୃଜନନ୍ଦନ ପ୍ରସାଦ ସିଂଙ୍କୁ ହରାଇଥିଲେ । ନିତୀଶ କୂମାର ୧୯୮୫ ରେ ଶେଷଥର ପାଇଁ ବିଧାନସଭା ନିର୍ବାଚନ ଲଢିଥିଲେ । ଏହା ପରେ ୧୯୮୬ ରେ ସେ ଇସ୍ତଫା ଦେଇ ଲୋକସଭା ନିର୍ବାଚନ ଲଢିଥିଲେ । ହେଲେ ଏଥିରେ ବି ତାଙ୍କୁ ପରାଜୟ ର ମୁହଁ ଦେଖିବାକୁ ପଡିଥିଲା।

    ୧୯୮୫ ରେ ପ୍ରଥମେ ବିଧାୟକ ଭାବେ ବିଧାନସଭା ପହଂଚିଥିôବା ନିତୀଶ ୧୯୮୯ ଲୋକସଭା ନିର୍ବାଚନରେ ଏକ ବଡ ବିଜୟ ସହ ଲୋକସଭାରେ ସାଂସଦ ଭାବେ ପହଂଚିଯାଇଥିଲେ । ଏହାପରେ ୧୯୯୧ ରୁ ଲଗାତର ୬ ଥର ଲୋକସଭା ସାଂସଦ ଭାବେ ବିଜୟଲାଭ କରିଥିଲେ । ନିତୀଶ ୨୦୦୪ ରେ ଶେଷଥର ପାଇଁ ଲୋକସଭା ନିର୍ବାଚନ ଲଢିଥିଲେ । ୨୦୦୪ ରେ ସେ ବାଡ୍ ଓ ନାଳନ୍ଦା ୨ ଟି ଲୋକସଭାରୁ ନିର୍ବାଚନ ଲଢିଥିଲେ । ବାଡ୍ ରୁ ସେ ହାରି ଯାଇଥିବା ବେଳେ ନାଳନ୍ଦାରୁ ବିଜୟଲାଭ କରିଥିଲେ । ଏହା ନିତୀଶ କୁମାରଙ୍କର ଶେଷ ନିର୍ବାଚନ ଥିଲା । ଏହା ପରେ ସେ କୌଣସି ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି ।

    Maximum 500 characters

    BIHAR ELECTION View all

    Find Us on Facebook