Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବାପାଙ୍କ ମୃତୁ୍ୟ ଖବର ପାଇ ଝିଅର ଆତ୍ମହତ୍ୟା

    Share on :
    ajab-Image
    Date: Oct 4, 2020    Views: 5575

    ଭୁବନେଶ୍ୱର : କେନ୍ଦୁଝର କୋଭିଡ଼ ହସପିଟାଲରେ ବାପାଙ୍କ ମୃତୁ୍ୟ ଖବର ପାଇବା ପରେ ଦୁଃଖରେ ମ୍ରିୟମାଣ ହୋଇ ଝିଅ ଆତ୍ମହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି  । ଆନନ୍ଦପୁର ପୌରାଂଚଳ ୨ ନମ୍ବର ୱାଡର଼୍ ପଦ୍ମପୁରର ତଳସାହିରେ ଏଭଳି ଦୁଃଖଦ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି  ।

    ସୂଚନାଯୋଗ୍ୟଯେ, ପଦ୍ମପୁରର ବସମାଲିକ ବୀରକିଶୋର ସାହୁ ଅସୁସ୍ଥ ହେବାରୁ ତାଙ୍କୁ କେନ୍ଦୁଝର କୋଭିଡ଼ ହସପିଟାଲରେ ଭର୍ତି କରାଯାଇଥିଲା  । ଗତ ୨ ତାରିଖ ଦିନ ୧୧ଟା ବେଳେ ତାଙ୍କର ମୃତୁ୍ୟ ଘଟିଥିଲା  । ପରିବାର ଲୋକେ ସେଠାରେ ପହଁଚି ଶବ ସକôାର କରିଥିଲେ  । କିନ୍ତୁ ଘରେ ରହୁଥିବା ବିବାହିତା ଝିଅ ବନ୍ଦନା ସାହୁ ବାପାଙ୍କ ମୃତୁ୍ୟ ଖବର ପାଇ ଭାଙ୍ଗି ପଡ଼ିଥିଲେ  । ଗତକାଲି ଭୋରରେ ସେ ନିଜ ଘରେ ଆତ୍ମହତ୍ୟା କରିଥିଲେ  । ପୁଲିସ ଏନେଇ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି  ।

    Maximum 500 characters

    ତାଜା ଖବର View all

    Find Us on Facebook