Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

ଆଇପିଏସ୍‌ ସ୍ତରରେ ଅଦଳବଦଳ, ସତ୍ୟଜିତ୍‌ ମହାନ୍ତିଙ୍କୁ ଏଡିଜି ଆଇନ୍‌ ଶୃଙ୍ଖଳା

Date: Feb 24, 2016    Views: 307

ଭୁବନେଶ୍ୱର : ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ ଏକ ଅଦଳ ବଦଳ କରିଛନ୍ତି  । ଏଡିଜି ହେଡ଼୍‌କ୍ୱାର୍ଟରସ୍‌ ଥିବା ୧୯୮୮ ବ୍ୟାଚର ଆଇପିଏସ୍‌ ଅଫିସର ସତ୍ୟଜିତ୍‌ ମହାନ୍ତିଙ୍କୁ ଆଇନ୍‌ ଶୃଙ୍ଖଳାର ଅତିରିକ୍ତ ଡିଜି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି  । ସତ୍ୟଜିତ୍‌ଙ୍କୁ ନିଜ ଦାୟିତ୍ୱ ସହ ଏଡିଜି ଆଇନ୍‌ ଶୃଙ୍ଖଳାର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି  । ସେହିପରି ୧୯୮୮ ବ୍ୟାଚର ଆଇପିଏସ୍‌ ଅଫିସର ତଥା ଓଡ଼ିଶା ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନର ସିଏମ୍‌ଡ଼ି ଥିବା ମନୋଜ କୁମାର ଛାବ୍ରାଙ୍କୁ ଓଡ଼ିଶା ମାନବାଧିକାର କମିଶନର, ଓଏଚ୍‌ଆରସି ର ଏଡିଜି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଓଏଚ୍‌ଆରସିରେ ଏଡ଼ିଜି ଥିବା ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଓଡ଼ିଶା ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନର ସିଏମ୍‌ଡ଼ି ଭାବେ ଅବସ୍ଥାପିତ କରାଯାଇଛି  ।
ଅପରପକ୍ଷରେ ୧୯୮୯ ବ୍ୟାଚର ଆଇପିଏସ୍‌ ଅଫିସର ତଥା ଷ୍ଟେଟ୍‌ ଆର୍ମ ପୁଲିସରେ ଏଡିଜି ଥିବା ଅରୁଣ କୁମାର ରାୟଙ୍କୁ ଜେଲର ଅତିରିକ୍ତ ଡିଜିପି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ କ୍ରାଇମ୍‌ ରେକର୍ଡ଼ ବୁ୍ୟରୋର ନିଦେ୍ର୍ଦଶକ ଥିବା ଡି. ରାଧିକାଙ୍କୁ ନିଜ ଦାୟିତ୍ୱ ସହ ଷ୍ଟେଟ୍‌ ଆର୍ମ ପୁଲିସର ଏଡିଜି ଭାବେ ଅବସ୍ଥାପିତ କରାଯାଇଛି  । ସେହିପରି କେନ୍ଦ୍ରରୁ ଡେପୁଟେସନରୁ ଫେରିବା ପରେ ୧୯୯୦ ବ୍ୟାଚର ଆଇପିଏସ୍‌ ଅଫିସର ସୁଧାଂଶୁ ଷଢ଼ଙ୍ଗୀଙ୍କୁ ଓଏସ୍‌ଆରଟିସିର ସିଏମ୍‌ଡ଼ି ଭାବେ ନିଯୁକ୍ତି ଦିଆଯାଇଛି  । ୨୦୦୨ ବ୍ୟାଚର ଆଇପିଏସ୍‌ ଅଫିସର ନରସିଂହ ଭୋଳଙ୍କୁ ଭିଜିଲାନ୍ସର ଡିଆଇଜି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଅମିତେନ୍ଦ୍ର ସିଂହ୍ନାଙ୍କୁ ପଦୋନ୍ନତି ପରେ ଡିଆଇଜି ଭିଜିଲାନ୍ସ ଭାବେ ଅବସ୍ଥାପିତ କରାଯାଇଛି  ।  ଅପରପକ୍ଷରେ ୨୦୦୭ ବ୍ୟାଚ ଆଇପିଏସ୍‌ ଅଫିସର ଅଭିନାଶ କୁମାରଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଛି  । ଏହି ମର୍ମରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି  ।


    

Maximum 500 characters