Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

ଡିଜି ପାହ୍ୟାକୁ ଆରପି ଓ ବି.କେ ଶର୍ମାଙ୍କ ପଦୋନ୍ନତି

Date: Jan 21, 2016    Views: 320

ଖୁରାନିଆ ନୂଆ ପୁଲିସ କମିଶନର

ଭୁବନେଶ୍ୱର :  ୧୯୮୬ ବ୍ୟାଚ୍‍ର ବରିଷ୍ଠ ଆଇପିଏସ୍‍ ଅଫିସର ବିଜୟ ଶର୍ମା ଓ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି  । ପଦୋନ୍ନତି ପରେ ପୁଲିସ କମିଶନର ଥିବା ଆର.ପି ଶର୍ମାଙ୍କୁ ଭିଜିଲାନ୍ସର ନିଦେ୍ର୍ଧଶକ ନିଯୁକ୍ତି ଦିଆଯାଇଥିବା ବେଳେ କ୍ରାଇମ୍‍ବ୍ରାଞ୍ଚର ଏଡିଜି ଥିବା ବିଜୟ ଶର୍ମାଙ୍କୁ ସ୍ପେଶାଲ ଡିଜି କ୍ରାଇମ୍‍ ଭାବେ ଅବସ୍ଥାପିତ କରାଯାଇଛି  । 

ତେବେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ୧୯୯୦ ବ୍ୟାଚ୍‍ର ଆଇପିଏସ୍‍ ଅଫିସର ତଥା ଭିଜିଲାନ୍ସର ସ୍ୱତନ୍ତ୍ର ନିଦେ୍ର୍ଧଶକ ଭାବେ କାର୍ଯ୍ୟ କରୁଥିବା ୱାଇ.ବି. ଖୁରାନିଆଙ୍କୁ ଭୁବନେଶ୍ୱର-କଟକ ପୁଲିସ କମିଶନର ଭାବେ ନିଯୁକ୍ତି ଦିଆଯାଇଛି  । ଏହି ମର୍ମରେ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି  । 


    

Maximum 500 characters