Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

ଡିଜିପି ନିଯୁକ୍ତି ସଂକ୍ରାନ୍ତୀୟ ପିଆଇଏଲ୍‍ ଖାରଜ

Date: Jan 19, 2016    Views: 376

ଭୁବନେଶ୍ୱର, : ପୁଲିସ୍‍ ଡିଜି କେବି ସିଂହଙ୍କ  ନିଯୁକ୍ତିକୁ ନେଇ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାକୁ ସୁପ୍ରିମ୍‍କୋର୍ଟ ଖାରଜ କରିଦେଇଛନ୍ତି  । ଉକôଳ ଭାରତ ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଏନେଇ େକାର୍ଟରେ ପିଆଇଏଲ୍‍ ଦାଖଲ କରିଥିଲେ  । ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କ ବିରୋଧରେ ହୋଇଥିବା ଭିଜିଲାନ୍ସ ମାମଲାରେ କେବି ସିଂହଙ୍କୁ କୋର୍ଟ ଭର୍ତ୍ସନା କରିଥିବାବେଳେ ତାଙ୍କୁ କିଭଳି ଡିଜିପି କରାଯାଇଛି ସେନେଇ ଶ୍ରୀ ସ୍ୱାଇଁ ପ୍ରଶ୍ନ ଉଠାଇଥିଲେ  ।
ସୁପ୍ରିମ୍‍କୋର୍ଟଙ୍କ ଏକ ତିନି ଜଣିଆ ଖଣ୍ଡପୀଠ ଏନେଇ ଶୁଣାଣୀ କରି ଖାରବେଳ ଆଗତ କରିଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କରିଦେଇଥିଲେ  । ସୂଚନାଯୋଗ୍ୟଯେ, ଗତବର୍ଷ ଜୁଲାଇରେ ଖାରବେଳ ଖୋର୍ଦ୍ଧା ସେସନ୍ସ କୋର୍ଟରେ ମଧ୍ୟ ଏକ ପିଟିସନ୍‍ ଦାଖଲ କରିଥିଲେ  । ପ୍ରକାଶଙ୍କୁ ସିବିଆଇ ନିଦେ୍ର୍ଧଶକ କରାଇ ନଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶରେ ତାଙ୍କ ବିରୋଧରେ ମିଛ ମାମଲା କରାଯାଇଥିବା ସେ ଦର୍ଶାଇଥିଲେ  ।


    

Maximum 500 characters