Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆପଣଙ୍କ ମତ

ମୁଖ୍ୟ ଖବର

    କରୋନାର ଶିକୁଳିକୁ ଛିଣ୍ଡାଇବାକୁ ହେଲେ ଅନୁସନ୍ଧାନର ଶିକୁଳିକୁ ବୃଦ୍ଧି କରିବାକୁ ପଡ଼ିବ ।

    Share on :
    ajab-Image
    Date: Apr 29, 2020    Views: 2900

    ଠିକ ଯେମିତି ମଇ ୩ ପାଖେଇ ଆସୁଛି ଠିକ୍ ସେମିତି ଲକ୍ଡାଉନ୍ ବଢିବା ନେଇ ଚର୍ଚ୍ଚା ଜୋର ଧରିଛି ଏବଂ ଅନ୍ୟପକ୍ଷରେ ଆମର ଅନେକ ସମ୍ପର୍କୀୟ ବନ୍ଧୁ କରୋନା ମାମଲା ବଢୁଥିବା ଦେଖି କହୁଛ"ି ଯେ ଲକଡାଉନ୍ ବୃଦ୍ଧି କରାଯିବା ଉଚିତ  । ଯଦି କୌଣସି ଜଣେ ମୋତେ ବ୍ୟକ୍ତିଗତ ପଚାର"ି ତେବେ ମୋର ବ୍ୟକ୍ତିଗତ କୌଣସି ଅସୁବିଧା ନାହିଁ  । ୨  ବିଏଚକେ ଫ୍ଲାଟରେ ଗୋଟେ ଦୁଇ ମାସର ରାସନ ଏବଂ କିଛି ପଇସା ବ୍ୟାଙ୍କରେ ଥିବାରୁ ମୁଁ ବି କହିଦେବି......ବଢେଇ ଦିଅ ଲକ୍ଡାଉନ । କିନ୍ତୁ ବଢୁଥିବା କରୋନା ରୋଗୀଙ୍କୁ ଦେଖାଇ, ଲକ୍ ଡାଉନର ଆବଶ୍ୟକତା ଅଛି ବୋଲି କହିବାର କୌଣସି ବି ଯୁକ୍ତି ଦର୍ଶାଯାଇନପାରେ  ।
    ବିଶ୍ୱସ୍ତରରେ ଡିସେମ୍ବର ପ୍ରଥମ ସପ୍ତାହରେ ମହାମାରୀ କରୋନା ଚୀନ୍ର କବାଟ ଠକ୍ଠକ୍ କରିଥିଲା । ଡିସେମ୍ବର ମାସର ଶେଷ ସପ୍ତାହରେ, ଯେତେବେଳେ ତାଙ୍କ ଦେଶରେ କରୋନାରେ ପ୍ରାୟ ୪୧ ଟି ମାମଲା ଥିଲା,ସେତେବେଳେ ସେମାନେ ତୁରନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କୁ ଲିଖିତ ଆକାରରେ ଅବଗତ କରାଇଥିଲେ । ଚୀନ୍ ତାଙ୍କ ଦେଶରେ ୪ ଜାନୁଆରୀରେ ସ୍ଥାନୀୟ  ସ୍ତରରେ ଏହି ଘଟଣାକୁ ନେଇ ଗାଇଡ୍ ଲାଇନ୍ ଜାରି କରିଥିଲା  । ଜାନୁଆରୀ ୧୦ ରେ, ସେମାନେ ଏହି ଘଟଣାକୁ ବୁଝିବା ସହ ନିଶ୍ଚିତ ହୋଇଗଲେ ଯେ ଏହି ଜୀବାଣୁ କରୋନା ଜୀବାଣୁ ଅଟେ । ୧୧ ଜାନୁଆରୀରେ ଚାଇନାରେ ପ୍ରଥମ ମୃତ୍ୟୁ ଘଟିଥିଲା  । ୩୦ ଜାନୁଆରୀରେ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡଐଙ) ଚୀନକୁ ଚେତାବନୀ ଦେଇ କହିଥିଲା ଯେ ଏହି ଭୁତାଣୁ ଚୀନର ଜନସ୍ୱାସ୍ଥ୍ୟ ପାଇଁ ଏହା ଏକ ଜରୁରୀକାଳୀନ ପରିସ୍ଥିତି ଯାହା, ବିଶ୍ୱ ମହାମାରୀର ରୂପ ନେଇପାରେ  । ଠିକ୍ ସେହି ଦିନ ଅର୍ଥାତ୍ ୩୦ ଜାନୁଆରୀରେ ଭାରତରେ ପ୍ରଥମ କରୋନା ମାମଲା ଦେଖିବାକୁ ମିଳିଥିଲା ।
    ଚୀନ ଜାନୁଆରୀ ୨୩ ତାରିଖରେ ଉହାନକୁ ଲକ୍ଡାଉନ୍ ଘୋଷଣା କରିଥିଲା । ଏହା ସହିତ ସାରା ଦେଶର ବିଭିନ୍ନ ସ୍ଥାନରୁ ୧୦ ହଜାର ସ୍ୱେଚ୍ଛାସେବୀଙ୍କୁ ଏକତ୍ରିତ କରି ସର୍ଭେ ପାଇଁ ସେହି ସ୍ଥାନକୁ ପଠାଇଲା  । ଏତଦ୍ବ୍ୟତୀତ ୪୦ ହଜାର ମେଡିକାଲ ଅଫିସର ପଠାଗଲା, ଯାହାର ଫଳସ୍ୱରୂପ ୧୦ ଦିନରେ ୩୦୦୦ ଶଯ୍ୟା ବିଶିଷ୍ଟ ଦୁଇଟି ଡାକ୍ତରଖାନା ନିର୍ମାଣ କରାଯାଇଥିଲା  । ୧ କୋଟି ଜନସଂଖ୍ୟା ବିଶିଷ୍ଟ ଉହାନ ସହରର ସର୍ଭେ ମାତ୍ର ୩ ସପ୍ତାହ ମଧ୍ୟରେ ଶେଷ ହୋଇଥିଲା । ଯେଉଁମାନେ କରୋନାରେ ଅସୁରକ୍ଷିତ ଥିଲେ ସେମାନଙ୍କୁ ପୃଥକ କରି ଚିକିତ୍ସା ଆରମ୍ଭ କରାଗଲା । ଫେବୃଆରୀ ପ୍ରଥମ ସପ୍ତାହରେ, ସେମାନେ ପ୍ରତିଦିନ ୭ ଲକ୍ଷ ପରୀକ୍ଷା କିଟ୍ ତିଆରି କରୁଥିଲେ, ଫେବୃଆରୀ ତୃତୀୟ ସପ୍ତାହରେ ଏହି ସଂଖ୍ୟା ୧୭ ଲକ୍ଷରେ ପହଂଚିଥିଲା । ଚୀନ୍ ଲକ୍ ଡାଉନ୍ ଘୋଷଣା ହୋଇଥିବା ଅଂଚଳରେ ପ୍ରତ୍ୟେକ ଘରେ ରାସନ ସାମଗ୍ରୀ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୁବିଧା ପହଂଚାଇଥିଲା ।
    ଏହି ସବୁ ଘଟଣା ବିଶ୍ୱ ଟେବୁଲରେ ଘଟୁଥିଲା ଏବଂ ଆମେ ଶୋଇଥିଲୁ  । ଆମ୍ଭମାନଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ପ୍ରାକୃତିକ ବିପର୍ଯ୍ୟୟ କେବେ କହିକି ଆସେନି, କିନ୍ତୁ ଏହି ମହାମାରୀ ବିପର୍ଯ୍ୟୟ ଫେବୃଆରୀରେ  ପହଂଚିବା ବିଷୟରେ ପୂର୍ବରୁ ଜଣାଇବାର ସଙ୍କେତ ଦେଇଥିଲା  । ଯେଉଁମାନେ ଶାସନରେ ଅଛନ୍ତି ସେମାନେ ଠିକ୍ ସମୟରେ ସଠିକ୍ ପଦକ୍ଷେପ ନେଲେ ନାହିଁ । ବର୍ତମାନ ଯେତେବେଳେ ଅବସ୍ଥା ଅତ୍ୟନ୍ତ ଖରାପ, ସେତେବେଳେ ଲୋକଙ୍କୁ ଘରେ ଲକ୍ ଡାଉନରେ ରହିବାକୁ ନିଦେ୍ର୍ଧଶ ଦିଆଗଲା  । ଆମ୍ଭେମାନେ କିଛି ଜାଣିପାରିଲୁ ନାହିଁ କି କୌଣସି ଚିନ୍ତା ମଧ୍ୟ କଲୁ ନାହିଁ । କେନ୍ଦ୍ର ସରକାର, ଯାହାଙ୍କ ପାଖରେ ସାରା ଦୁନିଆର ବ୍ୟବସ୍ଥା ଏବଂ ବିଶ୍ୱର ଉକôୃଷ୍ଟ ବୈଜ୍ଞାନିକ ଅଛନ୍ତ, ସେମାନଙ୍କ ଆଖି କେଉଁଠାରେ ଥିଲା ??? ସମ୍ପୂର୍ଣ୍ଣ ସରକାର କେବଳ ଆମେରିକାର ରାଷ୍ଟ୍ରପତିଙ୍କୁ ଖୁସି କରିବା ପାଇଁ ବ୍ୟସ୍ତ ଥିଲେ, ଯେତେବେଳେ କି ଜାନୁଆରୀ ୨୦ରୁ ଆମେରିକାରେ କରୋନା ମାମଲା ଆରମ୍ଭ ହୋଇଥିଲା ଏବଂ ସେମାନଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିଲା ।
    କିନ୍ତୁ ଭାରତରେ କେରଳ ସରକାର ଏହି ସଙ୍କଟ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ, ଚୀନ୍ ଏବଂ ସାରା ବିଶ୍ୱ ଉପରୁ ନଜର ହଟାଇନଥିଲେ କି ଆଜି ମଧ୍ୟ ହଟାଇନାହାନ୍ତି । କେରଳ ସରକାର ଜାନୁଆରୀ ଶେଷ ଭାଗରେ  ବିମାନବନ୍ଦରରେ ଲୋକଙ୍କୁ ସ୍କ୍ରିନିଂ କରିବା ଆରମ୍ଭ କରିଥିଲେ । ସ୍କ୍ରିନିଂରେ ଯେଉଁମାନେ ସନ୍ଦିଗ୍ଧ ଥିଲେ ସେମାନଙ୍କୁ ତାଲିକାଭୁକ୍ତ କରାଗଲା ଯାହା ଫଳରେ ପରବର୍ତୀ ସମୟରେ ଲକ୍ଷଣ ଦେଖାଯିବା ପରେ ସେମାନଙ୍କୁ ବିଚ୍ଛିନ୍ନ କରାଯାଇପାରିବ । ସେମାନେ ସେମାନଙ୍କର ଆଭ୍ୟନ୍ତରୀଣ ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଆରମ୍ଭ କଲେ ଯାହା ଅତ୍ୟନ୍ତ ଶକ୍ତିଶାଳୀ (ମୁଁ ୨୦୧୮ ବନ୍ୟା ରିଲିଫ୍ କାର୍ଯ୍ୟ ସମୟରେ ଦେଖିଛି)  । କେରଳ ସରକାର ସେହି ଅନୁଭବକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିବା ସହ ଏବଂ ଫେବୃଆରୀରେ ଏହି ମହାମାରୀର ମୁକାବିଲା ପାଇଁ ୨୪ ଜଣିଆ ଏକ କମିଟି ଗଠନ କରିଥିଲେ  । ଯେଉଁଦିନ ଅର୍ଥାତ୍ ୧୧ ମାର୍ଚ୍ଚରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କରୋନାକୁ ବିଶ୍ୱ ମହାମାରୀ ରୂପେ ଘୋଷଣା କରିଥିଲା, ଠିକ୍ ସେହି ଦିନ କେରଳ ସରକାର ନିଜ ରାଜ୍ୟକୁ ସମ୍ପୂର୍ଣ୍ଣ  ଲକଡାଉନ୍ ମନୋଭାବ ନେଇ ଲୋକଙ୍କ ପାଇଁ ୨୦ ହଜାର କୋଟିର ଏକ ଆର୍ଥôକ ବଜେଟ୍ ଘୋଷଣା କଲେ । ୧୫ ହଜାର କମୁ୍ୟନିଟି ରୋଷେଇ ଘର ଆରମ୍ଭ କରିବା ସହ ଘରେ ଘରେ ରାସନ ସାମଗ୍ରୀ ପହଂଚାଗଲା  । ଗତ କିଛି ସପ୍ତାହ ଧରି ସେଠାରେ ଯେତେ ମାମଲା ରହିଥିଲା ଏବେ ମଧ୍ୟ ସେହି ସଂଖ୍ୟା ସ୍ଥିର ରହିବା ସହ ସ୍ଥିତିରେ ସୁଧାର ଆସୁଛି ଏବଂ ମୃତ୍ୟୁ ସଂଖ୍ୟା ୩ ରହିଛି ।
    ବିଶ୍ୱରେ ଅନେକ ଛୋଟ ଛୋଟ ଦେଶ ଅଛନ୍ତି  ଯେଉଁମାନେ ଏହି ଯୁଦ୍ଧରେ ଯୁଦ୍ଧ କରିବାରେ ବିଳମ୍ବ କରିନାହାନ୍ତି  । ସାମ୍ପ୍ରତିକ ସ୍ଥିତିରେ ମଣିଷ ଜୀବନକୁ ସବୁଠାରୁ ମୂଲ୍ୟବାନ ବିବେଚନା କରିଛି  । ବିଶ୍ୱର ଅନ୍ୟ ଦେଶର କଥାକୁ ଛାଡିଦିଅ, ଆମ ନିଜ ଦେଶରେ କେରଳ ଭଳି ଏକ ରାଜ୍ୟ ଅଛି, ଯାହା କରୋନା ସହ ଲଢ଼ିବାକୁ ପ୍ରସ୍ତୁତ ଥିବା ଦର୍ଶାଇଥିଲା, କିନ୍ତୁ କେନ୍ଦ୍ର ସରକାର ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ହାତରେ ହାତ ଦେଇ ବସିଥିଲେ । ଆଜି କରୋନା ମହାମାରୀ ପାଇଁ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି, ସେଥିପାଇଁ କୌଣସି ରାଜ୍ୟ ଦାୟୀ ନୁହନ୍ତି ବରଂ ଏଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ ।
     ଯଦି ଆମେ ଆମ ଦେଶ ଭାରତ ପରି ଦେଶରେ ସ୍ୱାସ୍ଥ୍ୟର ସ୍ଥିତି ଓ ଚିତ୍ରକୁ ସମୀକ୍ଷା କରିବା ତେବେ ଆମେ ଜାଣିପାରିବା ଯେ ଆମ ଦେଶର ସ୍ୱାସ୍ଥ୍ୟର ଚିତ୍ର ସାଧାରଣତଃ ଭେଂଟିଲେଟର ରହିଛି  । ଦେଶର ବଡ଼ ବଡ଼ କମ୍ପାନୀକୁ ସରକାର କୋଟି କୋଟି ଟଙ୍କା ଋଣ ଛାଡ଼ କରୁଥିବା ବେଳେ ସମଗ୍ର ବଜେଟର ୧.୫ ପ୍ରତିଶତ ମାତ୍ର ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରଦାନ କରିଛନ୍ତି ଯାହା ସମୁଦ୍ରକୁ ଶଙ୍ଖେ । ସାଧାରଣତଃ ଦେଶ ସ୍ୱାଧୀନତା ହେବାର ୭୨ ବର୍ଷ ପରେ ବି ଲୋକମାନେ ଭଲ ଚିକିତ୍ସା ସୁବିଧାରୁ ବଂଚିତ ଓ ଅବହେଳିତ  । ଏଭଳି ଏକ କଠିନ ସଙ୍କଟ ପରିସ୍ଥିତିରେ ସଠିକ୍ ସୂଚନା ଠିକ୍ ସମୟରେ ନ ରଖିବା ଏବଂ ରାଜ୍ୟ ସରକାରଙ୍କୁ ଏହା ବିଷୟରେ ଅବଗତ ନ କରାଇବା ଏବଂ ଉପଯୁକ୍ତ ପଦକ୍ଷେପ ନ ନେବା ଭଳି ଘଟଣା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ ।
    ତଥାପି କେନ୍ଦ୍ର ସରକାରଙ୍କ ଦାୟିତ୍ୱହୀନ କାର୍ଯ୍ୟକୁ ଗରିବ, ଶ୍ରମିକ ଏବଂ ଅନ୍ୟ ସମସ୍ତଙ୍କ ନିଷ୍ପେସିତ, ଅବହେଳିତ ଜନଗଣ ସମ୍ପୂର୍ଣ୍ଣ ସମର୍ଥନ ଦେବା ସହ ବର୍ତମାନ ପର୍ଯ୍ୟନ୍ତ ଏକ ଭାର ଭାବରେ ବହନ କରିଛ"ି  । କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ସରକାରଙ୍କୁ ବିଶ୍ୱାସକୁ ନ ନେଇ ଲକଡାଉନ୍ ଘୋଷଣା କରିଦେଲେ (ଏହା କ'ଣ ବିମୁଦ୍ରୀକରଣ ଭଳି ନିଷ୍ପତିି ଥିଲା, ଯେଉଁଥିରେ ଯୁକ୍ତି ଦର୍ଶାଯାଉଥିଲା, ଯେ ଲୋକମାନେ ଯଦି ସୂଚନା ପାଇଥାନ୍ତେ ତେବେ ସେମାନେ କିଛି ଉପାୟ ବାହାର କରିଥାନ୍ତେ) । ଏହା ଏକ ବିଶ୍ୱସ୍ତରୀୟ ମହାମାରୀର ମୁକାବିଲା କରିବାର ବିଷୟ ଥିଲା, ଯଦି ରାଜ୍ୟ ସରକାରଙ୍କ ପରାମର୍ଶ ନିଆଯାଇଥାନ୍ତା, ତେବେ ଆଜି ପରିସ୍ଥିତି ଏତେ ସଙ୍ଗୀନ ହୋଇନଥା"ା ।
    ଅନ୍ୟ ସମସ୍ତ ଦେଶରେ ଲକଡାଉନ୍ କରିବାର ଏକମାତ୍ର ଉଦେ୍ଧଶ୍ୟ ହେଉଛି ସମୟକୁ ଉପଯୋଗ କରି କରୋନା ସହ ଦୃଢ଼ତାର ଲଢ଼ିବା ଓ ହରାଇବା । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆମ ଦେଶରେ ପ୍ରତିଦିନ କେନ୍ଦ୍ର ସରକାରଙ୍କ ବିବୃତି ଯେପରି ଆସୁଛି, ଜଣାପଡୁନି କି ବିଶ୍ୱର ଦ୍ୱିତୀୟ ସର୍ବବୃହତ ୧୩୦ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ  ବୃହତ ଗଣତାନ୍ତ୍ରିକ ଏହି ଦେଶରେ ସର୍ବନିମ୍ନ ପ୍ରସ୍ତୁତି ମଧ୍ୟ ଏହି ଦେଶ ସରକାରଙ୍କ ଦ୍ୱାରା କରାଯାଇଛି  । ତଥାପି ଆମେ କହୁଛୁ ମେରା ଦେଶ ମହାନ ! ! 
    ଗରିବ ଲୋକ ଭୋକରେ ମରୁଛନ୍ତି, ଶ୍ରମିକମାନେ ପାଦରେ ଚାଲିଚାଲି ଗାଁକୁ ଫେରୁଛନ୍ତି, ଫଳରେ ସେମାନଙ୍କର ମୃତ୍ୟୁ ଘଟୁଛି  । ଠିକ୍ ସେହି ସମୟରେ କେନ୍ଦ୍ର ସରକାର ଭାରତୀୟ ଖାଦ୍ୟ ନିଗମ(ୠଉଓ) ପାଖରେ ମହଜୁଦ ଥିବା ବଳକା ଖାଦ୍ୟଶସ୍ୟକୁ ଗରିବ ଭୋକିଲା ମଣିଷକୁ ନ ଦେଇ ସାନିଟାଇଜର କରିବା ପାଇଁ ନିଷ୍ପତି ନେବା କେତେଦୂର ପ୍ରାସଙ୍ଗିକ ତାହା ଭାରତର ଜନଗଣ ଅନୁଭବ କରୁଥିବେ । ଏଭଳି ଏକ ସମୟରେ ଲକ୍ ଡାଉନ୍ ହେଲା, ଯାହାଫଳରେ ସମସ୍ତ ଫସଲ ସଠିକ ମୂଲ୍ୟରେ ବିକ୍ରି ହେଉନଥିବା ବେଳେ ଶୀତଳ ଭଣ୍ଡାର ଅଭାବରୁ ଫସଲ ନଷ୍ଟ ହେଉଛି, ଯାହାକୁ ନେଇ  ଚାଷୀ ଚିନ୍ତାରେ ଥିବାବେଳେ କୃଷିଋଣର ଭାର ତା ଚିନ୍ତାକୁ ଆହୁରି ବଢ଼ାଇଦେଇଛି । ଚାକିରୀ ହରାଇବା ଆରମ୍ଭ ହୋଇଛି । ଭାରତରେ କରୋନା ଜୀବାଣୁ ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥିବା ଗୋଟିଏ ଲକଡାଉନ୍ ଫଳରେ ଅସଙ୍ଗଠିତ କ୍ଷେତ୍ରରେ ଦେଶରେ କାମ କରୁଥିବା ପ୍ରାୟ ୨୦୦ ମିଲିୟନ ଲୋକଙ୍କୁ ଏଭଳି ଭୟରେ ଛାଡି ଦେଇଛି ଯେ ସେମାନେ ଦାରିଦ୍ର୍ୟକୁ ଫେରିବାକୁ ବାଧ୍ୟ ହେବେ । ଅନ୍ତର୍ଜାତୀୟ ଶ୍ରମ ସଂଗଠନ(ଓଖଙ) ଆଶଙ୍କା ବ୍ୟକ୍ତ କରି କହିଛି ଯେ ସମଗ୍ର ବିଶ୍ୱରେ ପ୍ରାୟ ୯୦ ମିଲିୟନ ଲୋକଙ୍କ ପାଇଁ ପୂର୍ଣ୍ଣକାଳୀନ ନିଯୁକ୍ତି ସୃଷ୍ଟି ହୋଇପାରିବ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କରୋନା ସଙ୍କଟ ଅନ୍ୟତମ ବୃହତ ଆର୍ଥôକ ବିପର୍ଯ୍ୟୟ ବୋଲି ଶ୍ରମିକ ସଂଗଠନ କହିଛି ।
    ଭାରତର ୮୦% ରୁ ଅଧିକ ରୋଜଗାର ଅସଂଗଠିତ କ୍ଷେତ୍ରରେ କାମ ଦ୍ୱାରା ହୋଇଥାଏ । ସଂଗଠିତ କ୍ଷେତ୍ରରେ ଲାଗୁ ହେଉଥିବା କୌଣସି ସୁବିଧା ସୁଯୋଗ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ । କରୋନା ଭଳି ଏକ ବୃହତ ସଙ୍କଟରେ, ଯଦି କାହାର ବିଶେଷ ସମସ୍ୟା ଦେଖା ଦେଇଥାଏ ସେମାନଙ୍କ ଭିତରକୁ ଅଧିକାଂଶ ଅସଂଗଠିତ କ୍ଷେତ୍ରର ଶ୍ରମିକ । ଯେତେବେଳେ ଲକ୍ ଡାଉନ୍ ଘୋଷଣା ହେଲା, ସେତେବେଳେ ନା ଏହି ଶ୍ରେଣୀରେ ଲୋକଙ୍କର ଘରୁ କାମ କରିବାର ବିକଳ୍ପ ଥିଲା ନା କୌଣସି ଅର୍ଥ ସଂଚୟ ଥିଲା ? ଏହି ଭୟଙ୍କର ସଙ୍କଟ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପରିବାରକୁ ଖୋଲା ଆକାଶ ତଳେ ଛାଡି ଦେଇଥିଲା  । ଯାହାଫଳରେ ସେମାନଙ୍କ ପାଇଁ ଦିନକୁ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଯୋଗାଡ଼ କରିବା କଷ୍ଟକର ଥିଲା ।
    ଏହି ଭୟଙ୍କର ସଂକଟର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କୁ ଅସଂଗଠିତ ଶ୍ରମିକମାନଙ୍କୁ ପ୍ରାଥମିକତା ଦେଇ ଏକ ପ୍ରମୁଖ ଆର୍ଥôକ ପ୍ୟାକେଜ୍ ଘୋଷଣା କରିବା ଉଚିତ୍ । କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ସମସ୍ତ ରେସନ କାର୍ଡ ହିତାଧିକାରୀଙ୍କୁ ଯୁଦ୍ଧକାଳୀନ ଭିତିରେ ତୁରନ୍ତ ମାଗଣା ରେସନ ଦିଆଯିବା ଉଚିତ । ବିନା ଭେଦଭାବ ତଥା ଭାଇଚାରା ଭିତିରେ ସରକାରଙ୍କ ଦ୍ୱାରା ହେଉଥିବା ରୋଷେଇ କାର୍ଯ୍ୟ ପରିଚାଳିତ ହେବା ଉଚିତ ।ସରକାରଙ୍କ ପାଖରେ ଅନେକ ଗୁଡିଏ କାମ ଅଛି ଯାହା ସରକାର କରିବା ଉଚିତ୍ । ଯାହା ଆମେ ଆଲୋଚନା କଲେ ସେଗୁଡ଼ିକ ହେଉଛି ଶ୍ରମିକ ଶ୍ରେଣୀର ଅଧିକାର । ଅସଙ୍ଗଠିତ ଓ ସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କ ଅଧିକାର ଦେବା ପାଇଁ ସରକାରଙ୍କ ପାଖରେ ଅର୍ଥର କୌଣସି ସମସ୍ୟା ନାହିଁ ,ବରଂ ଦୃଢ଼ ଇଛା ଶକ୍ତିର ଅଭାବ ତଥା ପୁିପତିଙ୍କ ପ୍ରତି ଅହେତୁକ ଅନୁକମ୍ପା । 
    ବର୍ତମାନ ସମୟରେ ଦେଶର ଅର୍ଥନୀତି କେବଳ ନାମରେ ହିଁ ସୀମିତ ରହିଯାଇଛି  । ଆମ ଦେଶ ବିଶ୍ୱର ୫ମ ବୃହତମ ଅର୍ଥନୀତି ଅଟେ । ଆମ ଦେଶର ବଡ଼ ବଡ଼ ପୁିପତି ଅଛ"ି ଯେଉଁମାନଙ୍କ ପାଖରେ ରାଷ୍ଟ୍ରର ୮୦ % ସମ୍ପତି ରହିଛି । ମୋ ମତରେ ସେହି ସମ୍ପତିକୁ ଶ୍ରମିକମାନଙ୍କ ଉଦେ୍ଧଶ୍ୟରେ ସହଜରେ ଖର୍ଚ୍ଚ କରାଯାଇପାରିବ ଏବଂ କରୋନା ପରବର୍ତୀ ଭାରତରେ ଆର୍ଥôକ ସଙ୍କଟକୁ କିଛି ମାତ୍ରାରେ ଦୂରେଇ ପାରିବ । ଏପରି ପରିସ୍ଥିତିରେ, କେବଳ ଘରେ ବସିବା, ଏହା କ'ଣ ସମାଧାନ କି?
    ଏହି ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମାନ ଭାବରେ କୁହାଯାଇପାରେ ଯେ ଯେତେବେଳେ ଲୋକମାନେ ଏହି ଦେଶରେ ଭଗବାନଙ୍କ ଉପରେ ବିଶ୍ୱାସ କରି ବଂଚିବେ ତେବେ ସରକାର ଲକଡାଉନ୍ ବୃଦ୍ଧି ବିଷୟରେ କାହିଁକି କହୁଛନ୍ତି? ଗୋଟେ କାମ କରନ୍ତୁ ! ମୁକ୍ତ କରିଦିଅନ୍ତୁ ଲୋକଙ୍କୁ, କିଛି ମଣିଷ କରୋନାରେ ମରିବେ ଏବଂ ଆଉ କିଛି ଭୋକରେ !  ଆପଣ ପିଏମ କେୟାର ପାଣ୍ଠିରୁ ନିଜ ଏବଂ ଆପଣଙ୍କର ଧନୀ କମ୍ପାନୀଗୁଡିକର ପକେଟ୍ ପୁରଣ କରନ୍ତୁ! 
    ଦେଶ ସ୍ୱାର୍ଥରେ ନୁହେଁ, ତୁମର ଦାୟିତ୍ୱକୁ ଏଡାଇବା ପାଇଁ ଲକଡାଉନ୍ ହେଉଛି ଏକ ଉପାୟ  । ଗଣତାନ୍ତ୍ରିକ ଦେଶରେ କରୋନା ବିରୋଧରେ ଲଢ଼ିବା ପାଇଁ କି ପ୍ରକାର ଯୋଜନା ପ୍ରସ୍ତୁତ କରାଯାଉଛି, ଯାହାର ସୂଚନା ଲୋକଙ୍କ ସହ ବାଟିଂ ହେବ ନାହିଁ ??? ପିଏମ ରିଲିଫ ପାଣ୍ଠିର ଏକ ଇମମକ୍ଟଙ୍କଦ୍ଭଗ୍ଧ  ଥିବାବେଳେ ଏହି ଦେଶରେ ପିଏମ କେୟାର ଫଣ୍ଡ ନାମରେ ଏକ ନୂଆ ଇମମକ୍ଟଙ୍କଦ୍ଭଗ୍ଧ କାହିଁକି ଖୋଲିଲା ତାହା ଜାଣିବାର ଅଧିକାର କ'ଣ ଜନସାଧାରଣଙ୍କର ନାହିଁ? ଲୋକମାନେ ଏପର୍ଯ୍ୟନ୍ତ ଦେଇଥିବା ଦାନର ପରିମାଣ କେତେ ଏବଂ ଏହା କିପରି ଖର୍ଚ୍ଚ ହେବ? କରୋନା ସହିତ ଲଢ଼ିବା ଏବଂ ଅର୍ଥନୀତିରେ କାହାକୁ ଭୋକିଲା ନ ରଖିବା ନେଇ ଆଗାମୀ ୬ ମାସ ପାଇଁ ପ୍ରସ୍ତୁତି କ'ଣ?
    ବିଶ୍ୱ ଗୁରୁ କେବଳ ଏକ ଲକଡାଉନ୍ ଘୋଷଣା କରି ନୁହେଁ ବରଂ କରୋନା ବିରୁଦ୍ଧରେ ଦ୍ରୁତ ପରୀକ୍ଷଣ ଓ ଏକ ପ୍ରଭାବଶାଳୀ ଜନ ସପକ୍ଷବାଦୀ ଶତ ପ୍ରତିଶତ ଅର୍ଥନୀତିକ ଯୋଜନା କଲେ ହିଁ ହୋଇପାରିବ  । କରୋନା ପାଇଁ ଏକମାତ୍ର ଚିକିତ୍ସା ହେଉଛି ସମସ୍ତଙ୍କର ଅନୁସନ୍ଧାନ । ଅନୁସନ୍ଧାନ ବେଳେ ପଜିଟିଭ ମିଳୁଥିବା ବ୍ୟକ୍ତିଙ୍କୁ ସଠିକ ଚିକିତ୍ସା ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଅନୁସନ୍ଧାନ କରାଯିବା ଦରକାର । କରୋନାର ଶିକୁଳିକୁ ଛିଣ୍ଡାଇବାକୁ ହେଲେ ଅନୁସନ୍ଧାନର ଶିକୁଳିକୁ ବୃଦ୍ଧି କରିବାକୁ ପଡିବ ।
    ମାନସ ପଟ୍ଟନାୟକ
    ସାମାଜିକ କର୍ମୀ
    ୭୦୦୮୬୧୯୨୫୪

    manas.pattanaikmunu@gmail.com

     

    Maximum 500 characters

    ଆପଣଙ୍କ ମତ View all

    Find Us on Facebook