Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

ଉପେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ଏସିଏସ୍‍

Date: Nov 29, 2015    Views: 380

ଭୁବନେଶ୍ୱର,  : ଉନ୍ନୟନ କମିଶନର ଉପେନ୍ଦ୍ର ନାଥ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟସଚିବ ଭାବେ ନିଯୁକ୍ତି ଦିଆଯାଇଛି  । ମୁଖ୍ୟମନ୍ତ୍ରୀଙ୍କ ଏସିଏସ୍‍ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ମୁଖ୍ୟସଚିବ ଭାବେ ନିଯୁକ୍ତି ଦିଆଯିବା ପରେ ଉପେନ୍ଦ୍ରଙ୍କୁ ଏହି ପଦବୀରେ ଅବସ୍ଥାପିତ କରାଯାଇଛି  ।
୧୯୫୭ ଜୁଲାଇ ୨୩ରେ ଜନ୍ମଗ୍ରହଣ କରିଥିବା ଉପେନ୍ଦ୍ର ହେଉଛନ୍ତି ୧୯୮୩ ବ୍ୟାଚ୍‍ ଓଡ଼ିଶା କ୍ୟାଡ଼ର ଆଇଏଏସ୍‍ ଅଫିସର  । ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ କରିବା ପରେ ମ୍ୟାନେଜମେଣ୍ଟରେ ମଧ୍ୟ ସେ ପିଜି ଡିପ୍ଲୋମା ଡିଗ୍ରୀ ହାସଲ କରିଛନ୍ତି  । କେରାପୁଟ ଉପଜିଲାପାଳ ଭାବେ ଦକ୍ଷତାର ସହ କାର୍ଯ୍ୟ ନିର୍ବାହ କରିଥିବା ଉପେନ୍ଦ୍ର ଗଞ୍ଜାମର ଜିଲାପାଳ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ  । ୧୯୯୯ରେ ତାଙ୍କୁ ଇସ୍ପାତ ଓ ଖଣି ବିଭାଗର କମିଶନର-କମ୍‍-ସେକ୍ରେଟାରୀ ଭାବେ ନିଯୁକ୍ତି ଦିଆଯାଇଥିଲା  । ପରେ ସେ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ  । ୨୦୦୦ରେ ଶ୍ରୀ ବେହେରା ଅବକାରୀ ବିଭାଗର କମିଶନର-କମ୍‍-ସେକ୍ରୋଟାରୀ ଭାବେ ନିଯୁକ୍ତି ପାଇଥିବାବେଳେ ପରେ ତାଙ୍କୁ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା  । ଏହାଛଡ଼ା ଉପେନ୍ଦ୍ର ସଂସଦୀୟ ବ୍ୟାପାର ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ, ବିଜ୍ଞାନ ଓ କାରିଗରୀ ବିଭାଗର ସଚିବ ଭାବେ କାର୍ଯ୍ୟ କରିଛନ୍ତି  । ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଓ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରି ନିଜ କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇଛନ୍ତି  । ପରେ ତାଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା  ।


    

Maximum 500 characters