Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

ଆଦିତ୍ୟ ପ୍ରସାଦ ପାଢ଼ୀ ପରବର୍ତ୍ତୀ ମୁଖ୍ୟସଚିବ

Date: Nov 29, 2015    Views: 362

ଭୁବନେଶ୍ୱର,  : ସବୁ କଳ୍ପନାଜଳ୍ପନାର ଅବସାନ ଘଟିଛି  ।  ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ତଥା ୧୯୮୩ ବ୍ୟାଚ୍‍ ଆଇଏଏସ୍‍ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ପରବର୍ତ୍ତୀ ମୁଖ୍ୟସଚିବ ଭାବେ ନିଯୁକ୍ତ କରାଯାଇଛି  । ଆସନ୍ତା ୩୦ରେ ମୁଖ୍ୟସଚିବ ଗୋକୁଳ ଚନ୍ଦ୍ର ପତିଙ୍କର କାର୍ଯ୍ୟକାଳ ସରୁଥିବାବେଳେ ଡିସେମ୍ବର ପହିଲାରୁ ଶ୍ରୀ ପାଢ଼ୀ ମୁଖ୍ୟସଚିବ ଦାୟିତ୍ୱ ଭାର ଗ୍ରହଣ କରିବେ  ।
୧୯୬୦ ଅପ୍ରେଲ ୧୭ରେ ଜନ୍ମଗ୍ରହଣ କରିଥିବା ଶ୍ରୀ ପାଢ଼ୀ ପଦାର୍ଥବିଜ୍ଞାନରେ ପ୍ରଥମ ଶ୍ରେଣୀରେ ବିଏସସି ପାଶ୍‍ କରିଥିଲେ  । ପରେପରେ ସେ ମ୍ୟାନେଜମେଣ୍ଟ ଓ ଇଲେକ୍ଟି୍ରକାଲ ଇଞ୍ଜିନିୟରିଂରେ ସ୍ନାତକୋତ୍ତର କରିଥିବାବେଳେ ଇଲେକ୍ଟ୍ରୋନିକ୍ସ କମୁ୍ୟନିକେଶନ୍‍ରେ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି  । ବଲାଙ୍ଗୀରରେ ଉପଜିଲାପାଳ ଭାବେ ଦକ୍ଷତାର ସହ ଦାୟିତ୍ୱ ନିର୍ବାହ କରିଥିବା ଶ୍ରୀ ପାଢ଼ୀ ସମ୍ବଲପୁରର ଜିଲାପାଳ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ  । ୧୯୯୯ରେ ତାଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗର କମିଶନର କମ୍‍ ସେକ୍ରେଟାରୀ ଭାବେ ନିଯୁକ୍ତ କରାଯାଇଥିଲା  । ପରେପରେ ସେ ପରିବହନ କମିଶନର, ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ, ଓଡ଼ିଶାର ଆବାସିକ କମିଶନର, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ, ଶିଳ୍ପ ସଚିବ, ଇଡ଼୍‍କୋ ଅଧ୍ୟକ୍ଷ, ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ବେଶ୍‍ ଦକ୍ଷତାର ସହ କାର୍ଯ୍ୟ କରିଥିଲେ  । ତାଙ୍କର କାର୍ଯ୍ୟ ଦକ୍ଷତାକୁ ଅନୁଶୀଳନ କରିବା ପରେ ୨୦୧୦ରେ ରାଜ୍ୟ ସରକାର ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଥିଲେ  । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ସେ ପ୍ରଶାସନିକ କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଥିଲେ  ।


    

Maximum 500 characters