Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

ଅଦଳବଦଳ ହେଲେ ୨୮ ଆଇଏସ୍‍

Date: Nov 14, 2015    Views: 322

ସୁରେଶଙ୍କୁ ଜଙ୍ଗଲ ଓ ପରିବେଶ, ରାଜେଶଙ୍କୁ ଶକ୍ତି


ଭୁବନେଶ୍ୱର,: ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍‍ ଅଧିକାରୀଙ୍କସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି  । ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଗଗନ ଧଳଙ୍କୁ ବଦଳି କରାଯାଇ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଥିବାବେଳେ ଏମଏସଏମଇର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି  । ସେହିପରି ଶକ୍ତି ବିଭାଗର ପ୍ରମୁଖ ସଚିବ ସୁରେଶ ମହାପାତ୍ରଙ୍କୁ ବଦଳି କରାଯାଇ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ପୂର୍ବପରି ଦାୟିତ୍ୱରେ ରହିବେ  ।
ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଜିଭିଭି ଶର୍ମାଙ୍କୁ ନିଜ ଦାୟିତ୍ୱ ସହ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି  । ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ନିଜ ଦାୟିତ୍ୱ ସହ ଏସଆରସି ଓ ଓସ୍‍ଡ଼ମାର ପରିଚାଳନା ନିଦେ୍ର୍ଧଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି  ।
ରାଜସ୍ୱ ବିଭାଗ ପ୍ରମୁଖ ସଚିବ ଡକ୍ଟର ମୋନା ଶର୍ମାଙ୍କୁ ଅବକାରୀ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିବାବେଳେ ସମବାୟ ବିଭାଗର ପ୍ରମୁଖ ସଚିବ ମନୋଜ ଆହୁଜାଙ୍କୁ କୃଷି ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି  । ଶ୍ରୀ ଆହୁଜାଙ୍କୁ ନିଜ ଦାୟିତ୍ୱ ସହ ସମବାୟ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି  । ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରାଙ୍କୁ ନିଜ ଦାୟିତ୍ୱ ସହ ଇପିକଲ୍‍ର ସିଏମ୍‍ଡ଼ି ଓ ଇଡ଼୍‍କୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି  । ବ୍ରହ୍ମପୁର ଆରଡ଼ିସି ସଂଜୟ କୁମାର ସିଂହଙ୍କୁ ଇଡ଼୍‍କୋର ଏମଡ଼ି ଓ ସିଇଓ ଓକାକ୍‍ ଭାବେ ବଦଳି କରାଯାଇଛି  । ଓକାକ୍‍ର ସିଇଓ ଥିବା ଭାସ୍କର ଜ୍ୟୋତି ଶର୍ମାଙ୍କୁ ବ୍ରହ୍ମପୁର ଆରଡ଼ିସି ଭାବେ ଅବସ୍ଥାପିତ କରାଯାଇଛି  ।
ସେହିପରି ଶ୍ରମ କମିଶନର ଶାଳିନୀ ପଣ୍ଡିତଙ୍କୁ ଏନଏଚଏମ୍‍ର ଏମଡ଼ି ଭାବେ  ବଦଳି କରାଯାଇଥିବାବେଳେ ଏନଏଚଏମ୍‍ ଏମଡ଼ି ରୁପା ମିଶ୍ରଙ୍କୁ ଶ୍ରମ କମିଶନର ଓ ଇଏସଆଇ ନିଦେ୍ର୍ଧଶକ ଭାବେ ନିଯୁକ୍ତି ଦିଆଯାଇଛି  । ପର୍ଯ୍ୟଟନ ନିଦେ୍ର୍ଧଶକ ଅନୀଲ ସାମଲଙ୍କୁ ବଦଳି କରାଯାଇ ଅନୁଗୁଳର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଅନୁଗୁଳ ଜିଲାପାଳ ଥିବା ଯାଦବ ସଚିବ ରାମଚନ୍ଦ୍ରଙ୍କୁ ଆବାସ ମିଶନର ନିଦେ୍ର୍ଧଶକ ତଥା ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି  ।
ପଞ୍ଚାୟତିରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିଦେ୍ର୍ଧଶକ ନୀତିନ ଭାନୁଦାସ ଜୱାଲେଙ୍କୁ ନିଜ ଦାୟିତ୍ୱ ସହ ପର୍ଯ୍ୟଟନ ଓ ଏମଡ଼ି ଓଟିଡ଼ିସିର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି  । ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ପ୍ରମୋଦ କୁମାର ଦାଶଙ୍କୁ ବାଲେଶ୍ୱର ଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ବାଲିଗୁଡ଼ା ଉପ ଜିଲ୍ଲାପାଳ ଅନୁପମ ଶାହାଙ୍କୁ ବଲାଙ୍ଗୀର ପିଡ଼ି ଡିଆରଡ଼ିଏ ଭାବେ, ବ୍ରହ୍ମପୁର ଉପଜିଲ୍ଲାପାଳ ନିଖିଲ୍‍ ପବନ କଲ୍ୟାଣଙ୍କୁ କେନ୍ଦୁଝର ପିଡ଼ି ଡିଆରଡ଼ିଏ ଭାବେ, ପୁରୀ ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ମନୀଷ ଅଗ୍ରୱାଲଙ୍କୁ ସମ୍ବଲପୁର ମହାନଗର ନିଗମର ପ୍ରଶାସକ ଓ ଏଡ଼ିଏମ୍‍ ସମ୍ବଲପୁର ଭାବେ, ଧର୍ମଗଡ଼ ଉପଜିଲାପାଳ ଭିନିଥ ଭରଦ୍ୱାଜଙ୍କୁ କଳାହାଣ୍ଡି ପିଡ଼ି ଡିଆରଡ଼ିଏ ଭାବେ, ବଣେଇ ଉପଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କୁ ସୁନ୍ଦରଗଡ଼ ପିଡ଼ି ଡିଆରଡ଼ିଏ ଭାବେ, ଜୟପୁର ଉପଜିଲ୍ଳାପାଳ ଶ୍ରୀମତୀ ପମା ଟୁଡ଼ୁଙ୍କୁ ନବରଙ୍ଗପୁର ପିଡ଼ି ଡିଆରଡ଼ିଏ ଭାବେ, ଶୁଭମ୍‍ ସକସେନାଙ୍କୁ ବାଲିଗୁଡ଼ା ଉପଜିଲ୍ଲାପାଳ ଭାବେ, ଶ୍ରୀମତୀ ମନିଷା ବାନାର୍ଜୀଙ୍କୁ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ, ଶ୍ରୀମତୀ ମଧୁସ୍ମିତା ସାହୁଙ୍କୁ ଜୟପୁର ଉପଜିଲ୍ଲାପାଳ ଭାବେ, କୁଲଙ୍ଗେ ବିଜୟ ଅମୃତଙ୍କୁ ବଣେଇ ଉପଜିଲ୍ଲାପାଳ ଭାବେ, ଗଭାଲି ପରାଗ ହାଁସଦାଙ୍କୁ ନବରଙ୍ଗପୁର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି  । ଏହି ମର୍ମରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  । 


    

Maximum 500 characters