Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

କେବି ସିଂହ ନୂତନ ପୁଲିସ୍‍ ଡିଜି

Date: Nov 7, 2015    Views: 243

ଛୁଟିରେ ଗଲେ ମାରିକ୍‍
ଭୁବନେଶ୍ୱର,  : ରାଜ୍ୟ ସରକାର ଆଇପିଏସ୍‍ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି  । ୧୯୮୫ ବ୍ୟାଚ୍‍ ଆଇପିଏସ୍‍ ଅଫିସର କୁଅଁର ବ୍ରଜେଶ ସିଂହଙ୍କୁ ରାଜ୍ୟର ନୂତନ ପୁଲିସ୍‍ ଡିଜି ଭାବେ ନିଯୁକ୍ତି ଦିଆଯାଇଛି  । ଅପରପକ୍ଷରେ ଡିଜି ଥିବା ସଂଜୀବ ମାରିକ ଛୁଟିରେ ଯାଇଛନ୍ତି  ।
ନୂତନ ଡିଜି ନିଯୁକ୍ତି ପରେ ପରବର୍ତ୍ତୀ ଡିଜି ରେସ୍‍କୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି  । ଆସନ୍ତା ଡିସେମ୍ବର ୩୧ରେ ସଂଜୀବ ମାରିକ୍‍ ଅବସର ନେଉଥିବାରୁ ତାଙ୍କ ସ୍ଥାନରେ ନୂତନ ଡିଜି ନିଯୁକ୍ତି ନେଇ ସରକାର ବିଚାରବିମର୍ଷ କରୁଥିଲେ  । ତେବେ ଆଜି ମାରିକ୍‍ ଛୁଟିରେ ଯାଇଥିବାବେଳେ କେବି ସିଂହଙ୍କୁ ନୂତନ ଡିଜି ଭାବେ ନିଯୁକ୍ତି ଦିଆଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି  । ୧୯୫୯ ମେ’ ୧୫ରେ ଉତ୍ତରପ୍ରଦେଶର ବଳିଆ ଠାରେ ଜନ୍ମଗ୍ରହଣ କରିଥିବା କେବି ସିଂହ ଭିଜିଲାନ୍ସ ଡିଜି ଭାବେ କାର୍ଯ୍ୟ କରୁଥିଲେ  ।
ସେହିପରି ୧୯୮୨ ବ୍ୟାଚ୍‍ ଆଇପିଏସ୍‍ ବିନୟ କୁମାର ବେହେରାଙ୍କୁ ହୋମଗାର୍ଡ଼ ଓ ଅଗ୍ନିଶମ ବିଭାଗର ନୂତନ ଡିଜି ଭାବେ ନିଯୁକ୍ତି ଦିଆଯାଇଛି  । ୧୯୯୦ ବ୍ୟାଚ୍‍ ଆଇପିଏସ୍‍ ଯୋଗେଶ ବାହାଦୂର ଖୁରାନିଆଙ୍କୁ ଭିଜିଲାନ୍ସର ନୂତନ ନିଦେ୍ର୍ଧଶକ ଭାବେ ଦାୟିତ୍ୱ ଦିଆଯାଇଛି  । ୧୯୮୯ ବ୍ୟାଚ୍‍ ଆଇପିଏସ୍‍ ସିଦ୍ଧାର୍ଥ ଏମ୍‍ ନାରବାଣେଙ୍କୁ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ୍‍ ଏକାଡ଼େମୀର ନିଦେ୍ର୍ଧଶକ ଦାୟିତ୍ୱ ଦିଆଯାଇଛି  ।
ଅପରପକ୍ଷରେ ଆଇଏଫଏସ୍‍ସ୍ତରରେ ବି କେତେକ ଅଦଳବଦଳ କରାଯାଇଛି  । ୧୯୮୨ ବ୍ୟାଚ୍‍ ଆଇଏଫଏସ୍‍ ଅଜିତ୍‍ କୁମାର ପଟ୍ଟନାୟକଙ୍କୁ ପିସିସିଏଫ୍‍ ର୍ୟାଙ୍କକୁ ପଦୋନ୍ନତି ଦିଆଯାଇଛି  । ପଦୋନ୍ନତି ପରେ ଶ୍ରୀ ପଟ୍ଟନାୟକଙ୍କୁ ଓଏଫଏସଡିପିର ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଛି  । ସେହିପରି ତାଙ୍କୁ ସିଡ଼ିଏ ଓ ଆଇସିଜେଡ଼ଏମପିର ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି  । ୧୯୯୮ ବ୍ୟାଚ୍‍ ଆଇପିଏସ୍‍ ଦୟାଲ ଗଙ୍ଗୱାରଙ୍କୁ କେନ୍ଦ୍ରୀୟ ଡେପୁଟେସନ୍‍ରେ ଯିବା ପାଇଁ ଅନୁମତି ଦିଆଯାଇଛି  । ଗଙ୍ଗୱାର ଏବେ ଓଡ଼ିଶା ସ୍ୱତନ୍ତ୍ର ସଶସ୍ତ୍ର ବାହିନୀର ଡିଆଇଜି ଭାବେ କାର୍ଯ୍ୟରତ କରୁଛନ୍ତି  ।


    

Maximum 500 characters