Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ଅର୍ଥନୀତି

ମୁଖ୍ୟ ଖବର

    ବିଶ୍ୱାସ ପ୍ରକଟ କଲା ଆଇଏମ୍ଏଫ୍

    Share on :
    ajab-Image
    Date: Oct 24, 2019    Views: 41

    ଆସନ୍ତା ବର୍ଷ ଭାରତର ଅଭିବୃଦ୍ଧି ୭% ହେବ
    ସିଙ୍ଗାପୁର : ଦେଶର ଅଭିବୃଦ୍ଧି ୫% ଭଳି ନିମ୍ନ ସ୍ତରକୁ ଖସିଯାଇଥିଲେ ମଧ୍ୟ ଭାରତର ଅର୍ଥନୀତି ଉପରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) ବିଶ୍ୱାସ ପ୍ରକଟ କରିଛି । ଆସନ୍ତା ବର୍ଷ ଭାରତର ଅଭିବୃଦ୍ଧି ହାର ୭% ହେବ ବୋଲି ଏହି ଖ୍ୟାତିନାମା ଆନ୍ତର୍ଜାତିକ ସଂସ୍ଥା ଆକଳନ କରିଛି । ଚଳିତ ବର୍ଷ (୨୦୧୯-୨୦) ରେ ଭାରତର ଅଭିବୃଦ୍ଧି ୬.୧% ହେବ ବୋଲି ଆଇଏମ୍ଏଫ୍ ଜଣାଇଛି ।
    ଅର୍ଥନୀତିରୁ ମାନ୍ଦାବସ୍ଥା ଦୂର କରିବା ଲାଗି ସରକାର ଘୋଷଣା କରିଥିବା ବିଭିନ୍ନ ପ୍ୟାକେଜ ଓ କର୍ପୋରେଟ ଟିକସରେ କରାଯାଇଥିବା ହ୍ରାସର ଲାଭ ଖୁବ୍ ଶୀଘ୍ର ମିଳିବ । ଏହି ସବୁ ପଦକ୍ଷେପ ପ୍ରଭାବରେ ଭାରତୀୟ ଅର୍ଥନୀତି ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବ ବୋଲି ଆଇଏମ୍ଏଫ୍ର ଡେପୁଟି ଡାଇରେକ୍ଟର ଜୋନାଥନ୍ ଓଷ୍ଟି୍ର କହିଛନ୍ତି ।
    ଆର୍ଥିକ କ୍ଷେତ୍ରରେ ଯେଉଁ ଦୁର୍ବଳତା ରହିଛି ତାହାକୁ ଦୂର କରିବା ଲାଗି ଗ୍ରହଣ କରିଥିବା ପଦକ୍ଷେପର ପ୍ରଭାବ ଶୀଘ୍ର ଅନୁଭୂତ ହେବ । ତେବେ ଭାରତୀୟ ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସେ କହିଛନ୍ତି, ଭାରତରେ ମାନ୍ଦାବସ୍ଥାର କୌଣସି କାରଣ ଆମେ ଖୋଜି ପାଉନୁ । ଆମେ ମଧ୍ୟ ଏହା ଜାଣି ଆଶ୍ଚର୍ଯ୍ୟ ହେଉଛି । ତେବେ ଭାରତରେ କର୍ପୋରେଟ୍ ଏବଂ ନିୟାମକ ବ୍ୟବସ୍ଥା, ଆର୍ଥିକ କ୍ଷେତ୍ରରେ ଏନପିଏ ଏବଂ ଗ୍ରାମାଞ୍ଚଳ ଅର୍ଥନୀତିରେ ସଙ୍କଟ ଭଳି ଅଲଗା ପ୍ରକାର ସମସ୍ୟା ରହିଥିବା ସେ କହିଛନ୍ତି ।
    ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ସହଯେଗାିତା (ଆରଇସିପି) ଉପରେ ମତ ରଖି ସେ କହିଛନ୍ତି ଯେ, ଏହି ଚୁକ୍ତି ଆସନ୍ତା ମାସ ସୁଦ୍ଧା ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି । ଏହି ମୁକ୍ତ ବାଣିଜ୍ୟ ରାଜିନାମାକୁ ନେଇ ଭାରତ ସତର୍କତା ଅବଲମ୍ବନ କରିଛି । ଏହି ରାଜିନାମାରେ କେବଳ ସାମଗ୍ରୀ ପାଇବାର ଉପରେ ଗୁରୁତ୍ୱ ନ ଦେଇ ସେବାକୁ ମଧ୍ୟ ସମାନ ପ୍ରାଧାନ୍ୟ ଦେବାକୁ ସେ ଆହ୍ୱାନ ଦେଇଛନ୍ତି ।

    Maximum 500 characters

    ଅର୍ଥନୀତି View all

    Find Us on Facebook