ମୁଖ୍ୟ ଖବର
ନୂଆଦିଲ୍ଲୀ : ଗହମ ଓ ଡାଲି ଜାତୀୟ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରାଯାଇଛି । ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ତରଫରୁ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି ।
୨୦୨୦-୨୧ ରବି ଋତୁ ଲାଗି ମସୁରର କ୍ୱିଣ୍ଟାଲ ପିଛା ଏମ୍ଏସ୍ପିରେ ସର୍ବାଧିକ ୩୨୫ ଟଙ୍କା ବୃଦ୍ଧି କରାଯାଇଛି । କୁସୁମର ଏମଏସପି ୨୭୦ ଟଙ୍କା ଓ ଚଣାର ୨୫୫ ଟଙ୍କା ବୃଦ୍ଧି କରାଯାଇଛି । ଧଳା ସୋରିଷର ଏମଏସପି କ୍ୱିଣ୍ଟାଲ ପ୍ରତି ୨୫୫ ଟଙ୍କା ପଢ଼ିଥିବା ବେଳେ ଗହମର ଏମଏସପି ୮୫ ଟଙ୍କା ବୃଦ୍ଧି ପାଇଛି । ସରକାରଙ୍କ ତରଫରୁ କୁହାଯାଇଛି ଯେ, ଏମଏସପି ବୃଦ୍ଧି କରାଯିବା ପରେ କୁସୁମକୁ ବାଦ ଦେଲେ ଅନ୍ୟ ସବୁ ଫସଲ ଉପରେ ଚାଷୀମାନେ ସେମାନଙ୍କ ଉପôାଦନ ଖର୍ଚ୍ଚ ତୁଳନାରେ ୫୦% ଅଧିକ ଅର୍ଥ ପାଇପାରିବେ । ଏମଏଫପି ବୃଦ୍ଧି କରିବା ଲାଗି ସରକାର ନିଷ୍ପତ୍ତି ନେବା ପରେ ଗହମର କ୍ୱିଣ୍ଟାଲ ପିଛା ଏମଏସପି ୧୯୨୫ ଟଙ୍କା ହୋଇଛି । ସେହିପରି ଯଥର ୧୫୨୫ ଟଙ୍କା, ଚଣାର ୪୮୭୫ ଟଙ୍କା, ମସୁରର ୪୮୦୦ ଟଙ୍କା, ଧଳା ସୋରିଷର ୪୪୨୫ ଟଙ୍କା ଓ କୁସୁମର କ୍ୱିଣ୍ଟାଲ ପିଛା ଏମଏସପି ୫୨୧୫ ଟଙ୍କା ହୋଇଛି ।
Comments ସମସ୍ତ ମତାମତ 0