Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ସୈଫଙ୍କ ଇଚ୍ଛା

    Share on :
    ajab-Image
    Date: Oct 23, 2019    Views: 53

    ନବାବ୍ ସୈଫ୍ ଅଲ୍ଲୀ ଖାନ ଆଜିକାଲି ନିଜ ଆଗାମୀ ୱେବ ସିରିଜ ପାଇଁ ଖୁବ୍ ବ୍ୟସ୍ତ ଅଛନ୍ତି । ଫୁରସତ ତାଙ୍କ ପାଖରେ ଆଦୌ ନାହିଁ । କାମର ଚାପ ଭିତରେ ବଡ଼ ପୁଅ ଇବ୍ରାହିମର କ୍ୟାରିୟର ନେଇ ସୈଫ୍ ଚିନ୍ତାରେ ପଡ଼ିଗଲେଣି । ଝିଅ ସାରା ବଲିଉଡ଼ ଦୌଡ଼ରେ ସାମିଲ ହୋଇସାରିଥିବା ବେଳେ ପୁଅ ଇବ୍ରାହିମ କିନ୍ତୁ ଏ ଯାଏଁ କାମ ଆରମ୍ଭ କରିନାହାନ୍ତି । ନାମୀ ନିଦେ୍ର୍ଧଶକମାନେ ଯଦିଓ ଅଫର ଦେଉଛନ୍ତି ସୈଫ କିନ୍ତୁ ପୁଅକୁ ଯଥା ପରାମର୍ଶ ଦେଉଛନ୍ତି । ଅନ୍ୟ ପାଖେ ତାଙ୍କ ପୂର୍ବ ପତ୍ନୀ ଅମୃତା ସିଂ ମଧ୍ୟ ଇବ୍ରାହିମଙ୍କ ବାବଦରେ ନିଷ୍ପତି ନେଉଥିବାର ଦେଖାଯାଉଛି । ଏକ ସାକ୍ଷାତକାରରେ ସୈଫ୍ କହିଛନ୍ତି, ତାଙ୍କ ଅଭିନୀତ ‘ସଲାମ ନମସ୍ତେ’ ଓ ହମ୍ ତୁମ୍ ପରି ଚଳଚ୍ଚିତ୍ରରେ ରିମେକରେ ଇବ୍ରାହିମ ଅଭିନୟ କରି କ୍ୟାରିୟର ଆରମ୍ଭ କରନ୍ତୁ ବୋଲି ତାଙ୍କ ଇଚ୍ଛା । କରନ ଜୋହର ରୋହିତ ସେଟ୍ଟିଙ୍କ ସହ ସେ ବାର୍ତ୍ତାଳାପ କରିଛନ୍ତି କିନ୍ତୁ ବର୍ତ୍ତମାନ ସୁଦ୍ଧା ଇବ୍ରାହିମଙ୍କୁ ନେଇ ସେ କୌଣସି ନିଷ୍ପତ୍ତି ନେଇପାରୁନାହାନ୍ତି  । ଦେଖାଯାଉ ଇବ୍ରାହିମ କାହାସହିତ କ୍ୟାରିୟର ଆରମ୍ଭ କରିବେ?

    Maximum 500 characters

    କଳା View all

    Find Us on Facebook