Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଜିନ୍ସ, ଟପ୍ ପିନ୍ଧା ଝିଅଙ୍କୁ ମିଳୁନି ଡ୍ରାଇଭିଂ ଟେଷ୍ଟ୍ ଅନୁମତି

    Share on :
    ajab-Image
    Date: Oct 23, 2019    Views: 51

    ଚେନ୍ନାଇ: ଜିନ୍ସ, ସ୍ଲିଭଲେସ୍ ଟପ୍ ପିନ୍ଧିଥିବା ଝିଅଙ୍କୁ ତାମିଲନାଡ଼ୁରେ ଡ୍ରାଇଭିଂ ଟେଷ୍ଟ୍ ଦେବାକୁ ଅନୁମତି ମିଳୁନାହିଁ । ଚେନ୍ନାଇର କେକେ ନଗରରେ ନିକଟରେ ଏଭଳି ଦୁଇଟି ଘଟଣା ଘଟିବା ନଜରକୁ ଆସିଛି ।
    ଗତ ସପ୍ତାହରେ ପବିତ୍ରା ନାମକ ଜଣେ ଯୁବତୀ ଜିନ୍ସ ଓ ସ୍ଲିଭଲେସ ଟପ୍ ପିନ୍ଧି କେକେନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଡ୍ରାଇଭିଂ ଟେଷ୍ଟ୍ ଦେବା ପାଇଁ ଯାଇଥିଲେ । ମାତ୍ର ଆରଟିଓ ତାଙ୍କୁ ଫେରାଇ ଦେଇଥିଲେ । ଡ୍ରାଇଭିଂ ପରୀକ୍ଷା ଦେବାପାଇଁ ସେହି ପୋଷାକ ଠିକ୍ ନ ଥିବା କହି ତାଙ୍କୁ ଫେରାଇ ଦିଆଯାଇଥିଲା । କିନ୍ତୁ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ଜରୁରି ଥିବାରୁ ସେ ଘରକୁ ଯାଇ ସାଲୱାର କମିଜ୍ ପିନ୍ଧି ପରୀକ୍ଷା ଦେବାକୁ ଆସିଥିଲେ । ଏହା ପରେ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିଥିଲା ।

    ସେହିଭଳି ଉପରୋକ୍ତ ଘଟଣାର ୧୦ ଦିନ ପୂର୍ବରୁ ଅନ୍ୟ ଜଣେ କଲେଜ ଛାତ୍ରୀ ସୁମତୀଙ୍କୁ ସେହି କାରଣ ପାଇଁ କେ କେ ନଗର ଆରଟିଓ ଡ୍ରାଇଭିଂ ଟେଷ୍ଟ ପାଇଁ ମନା କରିଦେଇଥିଲେ । ପରେ ସେ ଘରକୁ ଯାଇ ପୋଷାକ ବଦଳାଇ ଆସିବା ପରେ ତାଙ୍କୁ ଡ୍ରାଇଭିଂ ଟେଷ୍ଟ ପାଇଁ ଅନୁମତି ମିଳିଥିଲା । ଲାଇସେନ୍ସ ପ୍ରଦାନ ପାଇଁ ଏଭଳି କିଛି ଲିଖିତ ନିୟମ ରହିଛି କି ବୋଲି ଛାତ୍ରୀ ସୁମତୀ ପ୍ରଶ୍ନ କରିଛନ୍ତି । ପୋଷାକ ସହିତ ଡ୍ରାଇଭିଂ ଲାଇସେନ୍ସର କ'ଣ ସମ୍ପର୍କ ବୋଲି ସେ ପଚାରିଛନ୍ତି । ଅନ୍ୟପକ୍ଷରେ ଆଇନଜୀବୀଙ୍କ କହିବାନୁଯାୟୀ ଡ୍ରାଇଭିଂ ଟେଷ୍ଟ ଦେବାବେଳେ ଡ୍ରେସ୍ କୋଡ୍ର କୌଣସି ଆବଶ୍ୟକତା ନାହିଁ ।

    Maximum 500 characters

    ଅଜବ View all

    Find Us on Facebook