Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ଆଶାବାଦୀ ଜୋୟା

    Share on :
    ajab-Image
    Date: Oct 21, 2019    Views: 49

    ବେଶ୍ କିଛି ବର୍ଷ ହେଲା ବେକାର ବସିଥିବା ବଲିଉଡ଼ ଅଭିନେତ୍ରୀ ଜୋୟା ଅଫରୋଜଙ୍କୁ ଏବେ ଏକ ଫିଲ୍ମ ମିଳିଛି । ଏହାର ନାମ ‘ଦ ଏକସପୋଜ ରିଟର୍ନ’ । ନାମରୁ ଜାଣିପାରୁଥିବେ ନିଶ୍ଚିତ ଭାବେ ଏକ ସିକ୍ୱେଲ ଫିଲ୍ମ । ହଁ ୨୦୧୪ ରେ ନିର୍ମିତ ‘ଦ ଏକ୍ସପୋଜ’ ର ଏହା ଉତ୍ତର ଭାଗ । ମୂଳ ଫିଲ୍ମ ପରି ଏଥିରେ ମଧ୍ୟ ହିମେଶ ରେଶମିୟାଙ୍କ ସହ ଅଭିନୟ କରିବାକୁ ଜୋୟା ଅନୁବନ୍ଧିତ ହୋଇଛନ୍ତି । ସାଧାରଣତଃ କୌଣସି ଫିଲ୍ମ ବ୍ୟବସାୟିକ ସଫଳତା ହାସଲ କଲେ, ତାହାର ଉତ୍ତର ଭାଗ ତିଆରି ହୁଏ । ତେବେ, ଏ କ୍ଷେତ୍ରରେ ମୂଳ ଫିଲ୍ମଟି ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ତେଣୁ ଉତ୍ତର ଭାଗ କାହିଁକି ନିର୍ମାଣ କରାଯାଉଛି, ଅଜଣା ସେ ଯାହା ହେଉ ବେକାର ବସିବା ଅପେକ୍ଷା ଯାହା ମିଳୁଛି ତାହା ଗ୍ରହଣ କରିନେବାରେ ବିଶ୍ୱାସ କରନ୍ତି ଜୋୟା । ଏହି ଆଶାବାଦ, ତାଙ୍କର ପେସାଦାର ଅଭିନେତ୍ରୀ ଜୀବନକୁ ସଜାଡ଼ି ପାରୁଛି କି ନା ଦେଖିବା ବାକି ରହିଲା । ଉଲ୍ଲେଖ ଯୋଗ୍ୟ ଯେ, ଶେଷ ଥର ପାଇଁ ୨୦୧୭ ରେ ସେ ଅଭିନୟ କରିଥିଲେ ‘ସ୍ୱିଟି ୱେଡସ ଏନଆରଆଇ’ ଯେଉଁଟି ସବୁ ଆଡେ଼ ମୁକ୍ତିଲାଭ ସୁଦ୍ଧା କରିପାରିନଥିଲା ।

    Maximum 500 characters

    କଳା View all

    Find Us on Facebook