Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଓଡ଼ିଶା ଆଉ ୯ଟି ଖଣି ନିଲାମ କରିବ

    Share on :
    ajab-Image
    Date: Oct 21, 2019    Views: 743

    ଭୁବନେଶ୍ୱର : ରାଜ୍ୟ ସରକାର ଆଉ ୯ଟି ଖଣିର ନିଲାମ କରିବା ଲାଗି ବିଜ୍ଞପ୍ତି ଜାରି କରିଛନ୍ତି । ଅନଲାଇନରେ ହେବାକୁ ଥିବା ଏହି ନିଲାମ ନିମନ୍ତେ କମ୍ପାନୀ ଗୁଡ଼ିକ ଠାରୁ ଆବେଦନ ଆହ୍ୱାନ କରାଯାଇଛି । ନିଲାମ ହେବାକୁ ଥିବା ଖଣିଗୁଡ଼ିକ ମଧ୍ୟରେ ରହିଛି ସାତଟି ଲୁହାପଥର ଖଣି, ଗୋଟିଏ ଲୁହାପଥର ମାଙ୍ଗାନିଜ ଏବଂ ଗୋଟିଏ ସ୍ୱତନ୍ତ୍ର ମାଙ୍ଗାନିଜ ଖଣି ।
    ରାଜ୍ୟ ସରକାର ପୁରେଇ ବାହାନ, ଚଣ୍ଡିପଶି, ରେଙ୍ଗାଲବେରା, ଉତ୍ତର ପୂର୍ବ ଗନ୍ଧଲପଡ଼ା, ନେତ୍ରବନ୍ଧ ପାହାଡ଼ (ପଶ୍ଚିମ), ଢେ଼ାଲପାହାଡ଼ ଏବଂ ଝୁମକା ପଥି୍ରପୋଶୀ ବ୍ଲକର ନିଲାମ ଲାଗି ଆବେଦନ ଆହ୍ୱାନ କରିଛନ୍ତି । ଉଞ୍ଚାବାଲି ଲୁହାପଥର ଓ ମାଙ୍ଗାନିଜ ଖଣି ଓ କାଳିମାଟି ମାଙ୍ଗାନିଜ ଖଣିକୁ ମଧ୍ୟ ରାଜ୍ୟ ସରକାର ନିଲାମ କରିବାକୁ ଯାଉଛନ୍ତି । ଖଣି ଓ ଖଣିଜ (ବିକାଶ ଓ ନିୟାମକ) ନିୟମ, ୧୯୫୭ ର ଧାରା ୧୦ (ଖ) ଓ ଖଣିଜ (ନିଲାମ) ନିୟମ, ୨୦୧୫ ଅନୁଯାୟୀ ୯ଟି ଖଣିର ନିଲାମ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନକାରୀମାନଙ୍କୁ ଡିଜିଟାଲ ଓ କାଗଜପତ୍ରରେ ବୈଷୟିକ ବିଡ୍ ଦାଖଲ କରିବାକୁ ହେବ । ନିଲାମ ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀକୁ ଏମ୍ଏସଟିସି ଲିମିଟେଡ୍ ୱେବସାଇଟକୁ ଡାଉନଲୋଡ଼ କରିହେବ । ଆଗ୍ରହୀ କମ୍ପାନୀ ଗୁଡ଼ିକ ଏହି ୱେବସାଇଟରେ ପଞ୍ଜୀକରଣ ମଧ୍ୟ କରିପାରିବେ ।
    ଏଥର ଯେଉଁ ବ୍ଲକଗୁଡ଼ିକୁ ନିଲାମ ପ୍ରକି୍ରୟାରେ ସାମିଲ କରାଯାଇଛି, ସେଗୁଡ଼ିକ ହେଉଛି ସମ୍ପୂର୍ଣ୍ଣ ନୂଆ ବ୍ଲକ । ଯେଉଁ ସଂସ୍ଥା ବ୍ଲକ ଗୁଡ଼ିକୁ ପାଇବେ ସେମାନଙ୍କୁ ଏହି ଖଣି ଗୁଡ଼ିକୁ ନିଜେ ବିକଶିତ କରିବାକୁ ପଡ଼ିବ । ଖଣି ନିଲାମରେ ଭାଗ ନେବାକୁ ଥିବା ଆଗ୍ରହୀ ସଂସ୍ଥାଗୁଡିକ ଚଳିତ ବର୍ଷ ନଭେମ୍ବର ୨୯ ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଟେଣ୍ଡର କାଗଜ ପତ୍ର କିଣାକିଣି କରିପାରିବେ । ମାଙ୍ଗାନିଜ ଖଣିକୁ ବାଦ୍ ଦେଲେ ଅନ୍ୟ ସବୁ ଖଣି ଲାଗି ଟେଣ୍ଡର ଫି’ପାଞ୍ଚ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । କାଳିମାଟି ମାଙ୍ଗାନିଜ ବ୍ଲକର ଟେଣ୍ଡର ଫି’୨ ଲକ୍ଷ ଟଙ୍କା ରହିଛି ।
    ଗତବର୍ଷ କୌଣସି ଖଣି ନିଲାମ କରିପାରିନଥିବା ଓଡ଼ିଶା ଚଳିତ ବର୍ଷ ଯେତେ ଅଧିକ ସମ୍ଭବ ଖଣି ନିଲାମ କରିବାକୁ ଚାହୁଁଛି । ସେଥିପାଇଁବ ିଗତ ୧୫ ଦିନ ଭିତରେ ତିନି ଥର ଖଣି ନିଲାମ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ମାସ ଚାରି ତାରିଖରେ ୧୦ଟି ଲୁହାପଥର ଓ ମାଙ୍ଗାନିଜ ଖଣି ନିଲାମ ପାଇଁ ଆବେଦନ ଆହ୍ୱାନ କରାଯାଇଥିଲ ।ା ଏହା ପରେ ୧୪ ତାରିଖରେ ଆଉ ୧୦ଟି ଖଣି ନିଲାମ କରିବା ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ୪୦ଟି ଖଣି ବ୍ଲକକୁ ନିଲାମ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି  ।ସେଥିମଧ୍ୟରୁ ୩୮ଟି ବ୍ଲକର ନିଲାମ ପାଇଁ ୫ଟି ପର୍ଯ୍ୟାୟରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ୟ ଦୁଇଟି ଖଣିକୁ ସରକାରୀ ସଂସ୍ଥା ଲାଗି ସଂରକ୍ଷିତ ରଖାଯାଇଛି । ସେଥିରୁ ଗୋଟିଏ ହେଉଛି କ୍ରୋମାଇଟ୍ ଖଣି ଓ ଅନ୍ୟଟି ଲୁହାପଥର ଖଣି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook