Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ସହିଦନଗର ଭବାନୀ ମଲ ନିକଟରେ ବିଏମସି ସ୍ପେଶାଲ ସ୍କ୍ୱାଡର ଚଢଉ, ୫୦ ଲକ୍ଷର ପଲିଥିନ ଜବତ

ପୁଲିସ କବଳରୁ ବାଳ ଅପରାଧୀ ଛୁ

୫-ଟି କୃଷି ବିଭାଗ

୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ

ତେଲେଙ୍ଗାନା ଏନକାଉଣ୍ଟରର ବିଚାର ବିଭାଗୀୟ ତଦନ୍ତ ନିଦେ୍ର୍ଧଶ

ଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଠାବ

୩୨ ଦାଦନ ଶ୍ରମିକ ଉଦ୍ଧାର

banner

କଳା

ମୁଖ୍ୟ ଖବର

    ଚର୍ଚ୍ଚାରେ ରାଇ

    Share on :
    ajab-Image
    Date: Oct 21, 2019    Views: 39


    ‘କୋଟିଏ ମଣିଷ ଗୋଟିଏ ଜଗା’ ହେଉ କିମ୍ବା ଉଦଣ୍ଡୀ ସୀତା ଅବା ‘ସତ ମିଛ’ ସବୁ ଚରିତ୍ରରେ ଖଳନାୟକ ଭାବେ ଦର୍ଶକଙ୍କୁ ଛୁଇଁ ଆସିଛନ୍ତି ରାଇମୋହନ ପରିଡ଼ା । ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟରୁ ଅଭିନୟର ଶିକ୍ଷାପ୍ରାପ୍ତ ରାଇ ଏବେ ଚର୍ଚ୍ଚାରେ ଅଛନ୍ତି ନୂଆ ଚିତ୍ର ମିଷ୍ଟର ମଜନୁ’ କୁ ନେଇ । ଗତ ପୂଜା ଅବସରରେ ପ୍ରେକ୍ଷାଳୟକୁ ଆସିଥିବା ତରଙ୍ଗର ଏହି ଚିତ୍ରରେ ରାଇ ଦର୍ଶକଙ୍କୁ ଭିନ୍ନ ଚରିତ୍ରରେ ସାମ୍ନା କରିଛନ୍ତି । ନାୟିକାର ଭାଈ ଭାବେ ସେ ଚମକ୍ରାର ଅଭିନୟ କରି ଦର୍ଶକଙ୍କ  ମନ ଜିଣୁଛନ୍ତି । ପୁଣି ଭଣଜା ବାବୁ ଶାନଙ୍କୁ ମାଡ଼ ଦେଇ ସେ ମଧ୍ୟ ପ୍ରଶଂସା ସାଉଁଟୁଛନ୍ତି । ପ୍ରଥମ କରି ସେ ତରଙ୍ଗରେ ପ୍ରବେଶ କରିଥିବା ବେଳେ ନିଦେ୍ର୍ଧଶକ ଅଶୋକ ପତିଙ୍କ ସହ କାର୍ଯ୍ୟ କରି ଖୁସ୍ ବୋଲି ମତବ୍ୟକ୍ତ କରିଛନ୍ତି । ଉଭୟ ଯଲିଉଡ଼ ଓ ଓଲିଉଡ଼ରେ ବାଜିମାତ କରୁଥିବା ରାଇ ଚଳିତ ଯାତ୍ରା ଋତୁରେ ଯାତ୍ରା ନନ୍ଦନ କାନନ ମଧୁବାସନ୍ତୀ ଗଣନାଟ୍ୟର ମୁଖ୍ୟ ଆକର୍ଷଣ ସାଜିଛନ୍ତି । ତାଙ୍କ ଅଭିନୀତ ନିଦେ୍ର୍ଧଶିତ ନାଟକ ‘ମୋଷ୍ଟ ୱାଣ୍ଟେଡ୍ ରାଇମୋହନ’ ତାଙ୍କୁ ଚର୍ଚ୍ଚାରେ ରଖିଛି ।

    Maximum 500 characters

    କଳା View all

    Find Us on Facebook