Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଯୌତୁକରେ ୨୧ ସାପ

    Share on :
    ajab-Image
    Date: Oct 21, 2019    Views: 1213

    ବାହାଘର ବେଳେ ଘରଲୋକେ ଝିଅ ସାଙ୍ଗରେ ତା’ର ଶାଶୁଘରକୁ ବିଭିନ୍ନ ଘରକରଣା ସାମଗ୍ରୀ ଦେଇଥାନ୍ତି । ହେଲେ ଏହି ସମ୍ପ୍ରଦାୟରେ ଯୌତୁକ ଆକାରରେ ବିଷାକ୍ତ ସାପ ଦିଆଯାଏ । ତାହା ପୁଣି ଗୋଟିଏ କି ଦୁଇଟି ନୁହେଁ ୨୧ ପ୍ରକାର ସାପ । ଯେ ପର୍ଯ୍ୟନ୍ତ ପରିବାର ଲୋକେ ଏହି ସାପ ଯୋଗାଡ଼  କରିନଥାନ୍ତି, ଝିଅର ବାହାଘର ହୋଇପାରେ ନାହିଁ । ଛତିଶଗଡ଼ ମହାସମୁଦ ଜିଲ୍ଲା ଅନ୍ତର୍ଗତ ତୁମଗାଓଁରେ ରହୁଥିବା ମଦାରି ସମ୍ପ୍ରଦାୟରେ ଏହି ପରମ୍ପରା ପ୍ରଚଳିତ ରହିଛି । ଏହି ସମ୍ପ୍ରଦାୟର ରୋଜଗାର ଉପାୟ ଏବଂ ମୋଟ ସମ୍ପତ୍ତି କହିଲେ ଏଭଳି ବିଷାକ୍ତ ସାପ । ଏମାନଙ୍କୁ ଦେଖାଇ ଯାହା ରୋଜଗାର କରାଯାଏ, ସେଥିରୁ ପରିବାର ଚଳେ । ଛୋଟ ପିଲାମାନେ ବି ସାପକୁ ଦେଖି ଭୟ କରିବା ପରିବର୍ତ୍ତେ ନିଜ ପରିବାର ସଦସ୍ୟ ପରି ବ୍ୟବହାର କରିଥାନ୍ତି । ଖାଲି ସେତିକି ନୁହେଁ, ସାପକୁ ସୁରକ୍ଷିତ ରଖିବା ଲାଗି ମଧ୍ୟ ଏହି ସମ୍ପଦ୍ରାୟରେ କଡ଼ା ନିୟମ  ରହିଛି । ସାପ ପେଡ଼ିରେ ମରିଗଲେ ପୂରା ପରିବାର ଲଣ୍ଡା ହେବା ସହିତ ଜାତିଭାଇଙ୍କୁ ଭୋଜି ଦେଇଥାନ୍ତି । ସାପକୁ ଧରି କିଛି ମାସ ଖେଳ ଦେଖାଇବା ପରେ ସେମାନେ ପୁଣି ଏହାକୁ ଜଙ୍ଗଲରେ ଛାଡ଼ି ଦେଇଥାନ୍ତି ।

    Maximum 500 characters

    ଅଜବ View all

    Find Us on Facebook