Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଟ୍ୱିନ୍ ସିଟିରେ ଦେଢ଼ଘଣ୍ଟା ଧରି ପ୍ରବଳ ବର୍ଷିଲା

ଓଡିଶା ଫେରିଲେ କେରଳରେ ଫସିରହିଥିବା ୧୬୯ ଓଡିଆ ଝିଅ

ଆଜିଠାରୁ ପୁଣି ଥରେ ଆରମ୍ଭ ହେଲା ଶ୍ରୀମନ୍ଦିର ସୌନ୍ଦର୍ୟ୍ୟକରଣ କାର୍ୟ୍ୟ

ଆଠଗଡ :ପୁଅକୁ ମାରି ବାଡି ପଛ ପଟେ ପୋତି ଦେଇଥିଲା ବାପା

ପୁଣି ୬୩ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି

banner

ସଂସ୍କୃତି

ମୁଖ୍ୟ ଖବର

    ଦୀପାବଳିରେ ମିଳିବ ଲକ୍ଷ୍ମୀକୃପା

    Share on :
    ajab-Image
    Date: Oct 21, 2019    Views: 209

    ଦୀପାବଳି ଦେବୀ ଲକ୍ଷ୍ମୀଙ୍କ ଆରାଧନାର ପର୍ବ । ପରିଷ୍କାର ପରିଚ୍ଛନ୍ନତାକୁ ବିଶ୍ୱାସ କରୁଥିବା ଦେବୀ ଲକ୍ଷ୍ମୀଙ୍କ ଆବାହନ ପୂର୍ବରୁ ଘର ସଫା କରାଯାଏ । ଏହି ସମୟରେ କେତେକ କଥା ପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ । ଏହା ମଧ୍ୟ ବାସ୍ତୁ ଦୃଷ୍ଟିରୁ ଉପକାରୀ ।

    ଘରର ମୁଖ୍ୟ ଦରଜା ଭାଙ୍ଗିଥିଲେ କିମ୍ବା ଶବ୍ଦ କରୁଥିଲେ ତଥା କୌଣସି ଆସବାବ ପତ୍ର ଭାଙ୍ଗିଥିଲେ ଏହାକୁ ସଜାଡ଼ି ଦିଅନ୍ତୁ । ଭଙ୍ଗା କବାଟ ନକାରାତ୍ମକ ପରିବେଶ ସୃଷ୍ଟି କରେ ।

    ଘରେ ଭଙ୍ଗା ଆଇନା କିମ୍ବା ଅନ୍ୟ କାଚ ଜିନିଷ ରହିଲେ ଏହା ନକାରାତ୍ମକ ଶକ୍ତିକୁ ଡାକିଆଣେ । ପରିବାର ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି କରେ । ତେଣୁ ଏହାକୁ ବାହାର କରି ଦିଅନ୍ତୁ । କୌଣସି ଘଣ୍ଟା ବନ୍ଦ ହୋଇଯାଇଥିଲେ ଏହାକୁ ତୁରନ୍ତ ଚଳାଇବାର ବ୍ୟବସ୍ଥା କରନ୍ତୁ । ପୂରା ଖରାପ ହୋଇଯାଇଥିଲେ ଫିଙ୍ଗି ଦେବା ଉଚିତ ।

    ଘରେ କୌଣସି ଭଙ୍ଗା ଫ୍ରେମ ଫଟୋ, ସାଜସଜ୍ଜା ଜିନିଷ ନଚେତ୍ ଖରାପ ହୋଇଯାଇଥିବା ଇଲେକ୍ଟ୍ରୋନିକ ଜିନିଷ ଥିଲେ ଫିଙ୍ଗିଦେବା ଉଚିତ ।

    ପ୍ରତିବର୍ଷ ଦୀପାବଳିରେ ନୂଆ ଦୀପ ଜଳାନ୍ତୁ । ଗତବର୍ଷର ବଳକା ଦୀପ ନ ଜଳାଇବା ଉଚିତ ।

    Maximum 500 characters

    ସଂସ୍କୃତି View all

    Find Us on Facebook