ମୁଖ୍ୟ ଖବର
ରାଞ୍ଚି: ରାଞ୍ଚି ଟେଷ୍ଟରେ ଭାରତୀୟ ଓପନର ତଥା ହିଟମ୍ୟାନ ରୋହିତ ଶର୍ମା ଦ୍ୱିଶତକ ହାସଲ କରିଛନ୍ତି । ରାଂଚିରେ ଦକ୍ଷିଣ ଆଫ୍ରିକା ବିରୋଧରେ ଚାଲିଥିବା ତୃତୀୟ ଟେଷ୍ଟରେ ଛକା ମାରି ଦ୍ୱିଶତକ ପୂରଣ କରିଛନ୍ତି ରୋହିତ । ସେଞ୍ଚୁରୀ କରିବା ଅବସରରେ ମଧ୍ୟ ସେ ଛକା ମାରିଥିଲେ । ରୋହିତ ଟେଷ୍ଟ କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି । ସେ ୨୪୯ ବଲରୁ ୨୮ଟି ଚୌକା ଓ ୫ଟି ଛକା ଲଗାଇ ଏହି କୀର୍ତି ଅର୍ଜନ କରିଛନ୍ତି । ସେ ଛକା ମାରି ନିଜ ଅନ୍ଦାଜରେ ଦ୍ୱିଶତକ ପୂରଣ କରିଛନ୍ତି ା ଏହା ହେଉଛି ତାଙ୍କ କ୍ୟାରିଅରର ପ୍ରଥମ ଦ୍ୱିଶତକ ା ତେବେ ସେ ଦ୍ୱିଶତକ କରିବା ପରେ ୨୫୫ ବଲରୁ ବ୍ୟକ୍ତିଗତ ୨୧୨ ରନ କରି ଆଉଟ ହାଇଯାଇଛନ୍ତି ା
Comments ସମସ୍ତ ମତାମତ 0