Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ସହିଦନଗର ଭବାନୀ ମଲ ନିକଟରେ ବିଏମସି ସ୍ପେଶାଲ ସ୍କ୍ୱାଡର ଚଢଉ, ୫୦ ଲକ୍ଷର ପଲିଥିନ ଜବତ

ପୁଲିସ କବଳରୁ ବାଳ ଅପରାଧୀ ଛୁ

୫-ଟି କୃଷି ବିଭାଗ

୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ

ତେଲେଙ୍ଗାନା ଏନକାଉଣ୍ଟରର ବିଚାର ବିଭାଗୀୟ ତଦନ୍ତ ନିଦେ୍ର୍ଧଶ

ଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଠାବ

୩୨ ଦାଦନ ଶ୍ରମିକ ଉଦ୍ଧାର

banner

ସଂସ୍କୃତି

ମୁଖ୍ୟ ଖବର

    ଦୀପାବଳି ପ୍ରାକ୍-ପ୍ରସ୍ତୁତି

    Share on :
    ajab-Image
    Date: Oct 20, 2019    Views: 49

    ଆମ ହିନ୍ଦୁ ପରିବାରରେ ଦୀପାବଳି ଏକ ପ୍ରମୁଖ ପାରମ୍ପରିକ ପର୍ବ । ଏହି ପର୍ବ ପୂର୍ବରୁ ପ୍ରତ୍ୟେକ ଘର ସଫାସଫି ଖୁବ୍ ପ୍ରାଧାନ୍ୟ ଦେଇଥାନ୍ତି । ଆଉ ଦିନ କେଇଟା ପରେ ଦୀପାବଳି, ଏଣୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରନ୍ତୁ ।
    ବାସ୍ତୁଶାସ୍ତ୍ର ଅନୁସାରେ ଦୀପାବଳି ପୂର୍ବରୁ ଘରୁ ପ୍ରତ୍ୟେକ ଅଦରକାରୀ ପୁରୁଣା, ଭଙ୍ଗା ଜିନିଷ ବାହାର କରିଦିଅନ୍ତୁ । ଏହା କାରଣରୁ ନକାରାତ୍ମକ ଶକ୍ତି ଉପୁଜିଥାଏ ।
    ଏଥରକ ଏଇ ଆଲୋକର ପର୍ବରେ କିଛି ମଧ୍ୟ ନୂଆ କିଣିବା ପୂର୍ବରୁ ଘରେ କେଉଁ ସ୍ଥାନରେ ତାହା ରଖିବେ ସ୍ଥିର କରନ୍ତୁ । ପ୍ରଥମେ ସେହି ସ୍ଥାନରେ ରହୁଥିବା ପୁରୁଣା ଜିନିଷର କ’ଣ ବନେ୍ଦାବସ୍ତ କରାଯିବ, ତାହା ଭାବିବା ଜରୁରୀ । 
    ଘରେ ଯଥା ସମ୍ଭବ କମ୍ ଆସବାବ ପତ୍ର ରଖିବାକୁ ଚେଷ୍ଟା କରିବା ଉଚିତ । ଅଧିକ ଜିନିଷ ରଖିଲେ ତାହା ସଫା କରିବାର ଅସୁବିଧର ପରେ ଉପୁଜିଥାଏ ।
    ନିଜ କପଡ଼ା ଥାକ ବା ଆଲମାରିକୁ ମଧ୍ୟ ଦୀପାବଳି ପୂର୍ବରୁ ଭଲ ଭାବେ ସଜାଡ଼ି ନିଅନ୍ତୁ । ପୁରୁଣା ପୋଷାକକୁ ବାହାର କରି ଅନ୍ୟ କାମରେ ଲଗାଇବା ଉଚିତ ।
    ଏଥରକ ଦୀପାବଳି ପୂର୍ବରୁ ଏକ ସୁନ୍ଦର ଅଭ୍ୟାସ ନିୟମିତ କରିବାକୁ ଚେଷ୍ଟା କରନ୍ତୁ । ଯେପରି ଠାକୁର ଘରେ ଧୂପ, ଦୀପ ଲଗାଇବା ସହ ଘରର ବୈଠକ ଖାନା ବା ଡାଇନିଂ ହଲ୍ ପାଖରେ ଧୂପ ବା ସୁଗନ୍ଧିତ ମହମବତି ଲଗାନ୍ତୁ । ଏହା ଚତୁର୍ଦ୍ଧିଗକୁ ମହକାଇବା ସହ ଘରେ ସକାରାତ୍ମକ ଶକ୍ତି ଉପôନ୍ନ କରେ ।

    Maximum 500 characters

    ସଂସ୍କୃତି View all

    Find Us on Facebook